ମନଜୋତ୍ ପ୍ଲେ ସ୍କୁଲର ପଞ୍ଚମ ବାର୍ଷକ ଉତ୍ସବ ସମାହିତ
ଭୁବନେଶ୍ୱର:(ଯୁଗାବ୍ଦ ନ୍ୟୁଜ): ଛୋଟ ପିଲାମାନଙ୍କର ସାମଗ୍ରିକ ବିକାଶ କ୍ଷେତ୍ରରେ କାର୍ଯ୍ୟରତ ଅଗ୍ରଣୀ ମନଜୋତ୍ ପ୍ଲେ ସ୍କୁଲର ପଞ୍ଚମ ବାର୍ଷିକ ଉତ୍ସବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ସମାହିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଶୁଭଦୀପା ମହାନ୍ତିଙ୍କ ପୌରହିତରେ ଆୟୋଜିତ ଏହି ଉତ୍ସବରେ ସୁନାମଧନ୍ୟ ଟେଲିଭିଜନ ଉପସ୍ଥାପିକା ତଥା ଅଧ୍ୟାପିକା ଶ୍ରୀମତୀ ବିଜୟା ମିଶ୍ର, ଡି.ଏ.ଭି ପବ୍ଲିକ୍ ସ୍କୁଲର ବରିଷ୍ଠ ଶିକ୍ଷକ ତଥା ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘର ସଭାପତି ଡଃ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ଅତିଥି ରୂପେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କର ଅଧ୍ୟାପନା ସହ ବୌଦ୍ଧିକ ବିକାଶରେ ସମସ୍ତଙ୍କ ସହଯୋଗ ଉପରେ ଗୁରୁତ୍ୱାରୋପ କରିବା ସହ ଅବିଭାବକମାନେ ପିଲାମାନଙ୍କ ସାମଗ୍ରିକ ବିକାଶ ପାଇଁ କିଛି ସମୟ ଉପଯୋଗ କରିବା ପାଇଁ ଉପଦେଶ ଦେଇଥିଲେ । ଏଥିସହ ଗ୍ରାଣ୍ଡ ପ୍ୟାରେଣ୍ଟସ୍ମାନଙ୍କ ସହିତ ଉପଯୁକ୍ତ ସମନ୍ୱୟ ରକ୍ଷା ହୋଇପାରିଲେ ପିଲାମାନଙ୍କର ଭବିଷ୍ୟତ ଉଜ୍ଜ୍ୱଳ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଆଖପାଖ ବିଦ୍ୟାଳୟ ମାନଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା ପାଇଁ ଆୟୋଜିତ ବିଭିନ୍ନ ଆନ୍ତ-ବିଦ୍ୟାଳୟ ପ୍ରତିଯୋଗୀତା ତଥା ବିଦ୍ୟାଳୟରେ ଆୟୋଜିତ ବିଭିନ୍ନ ପ୍ରତିଯୋଗୀତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ସୁନିଲ ଡ୍ୟାନ୍ସ ଏକାଡେମିର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ପରିଶେଷରେ ବିଦ୍ୟାଳୟର ଶିକ୍ଷୟତ୍ରୀ ମାନଙ୍କ ଦ୍ୱାରା ପରିବେଶିତ ନୃତ୍ୟ ଚିତାକର୍ଷକ ହୋଇଥିଲା । ସୁନାମଧନ୍ୟ ଘୋଷକ କୁମାର ସଞ୍ଜିବ୍ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟୀତ୍ରୀ ସାଧବାଣୀ ହାତୀ ଧନ୍ୟବାଦ ଅର୍ପଣ କରିଥିଲେ । ସମଗ୍ର କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷୟୀତ୍ରୀ ବୃନ୍ଦ ମିନାକ୍ଷୀ ନିଲ୍, ସୋନାଲି ତ୍ରିପାଠୀ, ଶୁଭସ୍ମିତା ଓ ଶିଲା ପ୍ରମୁଖ ସଂଯୋଜନା କରିଥିଲେ । ଏଥିରେ ଅବିଭାବକ ତଥା ସ୍ଥାନୀୟ ଜନସାଧାରଣ ବିପୁଲ ସଂଖ୍ୟାରେ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ ।


