ବନ୍ତରେ ପ୍ରଦେଶ ଯୁବ କଂଗ୍ରେସର ପୂର୍ବତନ ସଭାପତି ସ୍ୱର୍ଗତ ସଂଗ୍ରାମ କେଶରୀ ଜେନାଙ୍କ ଶ୍ରଦ୍ଧାଞ୍ଜଳୀ ସଭା
ବନ୍ତ, (ଚାନ୍ଦିନୀ ମହାନ୍ତି) : ପ୍ରଦେଶ ଯୁବ କଂଗ୍ରେସର ପୂର୍ବତନ ସଭାପତି, ପିସିସି ସାଧାରଣ ସମ୍ପାଦକ ତଥା ଭଦ୍ରକ ଲୋକସଭା ଆସନର ପ୍ରାର୍ଥୀ ସ୍ୱର୍ଗତ ସଂଗ୍ରାମ କେଶରୀ ଜେନାଙ୍କ ଏକାଦଶାହକ୍ରିୟା ଅବସରରେ ବନ୍ତ ଥାନା ଛକ ଠାରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଯୁବ କଂଗ୍ରେସ ସଭାପତି ଜ୍ୟୋତି ରଞ୍ଜନ ନାୟକଙ୍କ ଆୟୋଜନରେ ଅନୁଷ୍ଠିତ ସଭାକୁ ବ୍ଲକ କଂଗ୍ରେସ ଉପସଭାପତି ନିରଞ୍ଜନ ମଲ୍ଲିକ ପରିଚାଳନା କରିଥିଲେ । ଜିଲା କଂଗ୍ରେସ ସଭାପତି ସୁବ୍ରତ କୁମାର ଦାସଙ୍କ ସମେତ ଅନ୍ୟ ଅତିଥି ମାନେ ଯୋଗ ଦେଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ପରେ ସ୍ୱର୍ଗତ ଆତ୍ମାର ସଦ୍ଗତି ନିମନ୍ତେ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଗଣିଜାଙ୍ଗ ପଞ୍ଚାୟତର ସଭାପତି ବିଷ୍ଣୁ ମୋହନ ପଣ୍ଡା ଗୀତା ପାଠ କରିଥିଲେ । ଏଥିରେ ଜିଲା ସଭାପତି ଶ୍ରୀ ଦାସ, ଏଆଇଏସଏଫ ସାଧାରଣ ସଂପାଦକ ତଥା ଆଇନଜୀବି ପରମେଶ୍ୱର ବାରିକ, ବ୍ଲକ କଂଗ୍ରେସ ସଭାପତି ରାଜ କିଶୋର ସ୍ୱାଇଁ, ରାଜୀବଗାନ୍ଧୀ ପଞ୍ଚାୟତରାଜ ସଙ୍ଗଠନର ଜିଲା ସଭାପତି ପ୍ରଦ୍ୟୁମ୍ନ ଦାସ, ଜିଲା କଂଗ୍ରେସ ସାଧାରଣ ସଂପାଦକ ସ୍ମୃତି ରଞ୍ଜନ ସ୍ୱାଇଁ, ଜିଲା କଂଗ୍ରେସ ମୁଖପାତ୍ର ଭବେନ୍ଦ୍ର ସାହୁ, ସିପିଆଇ ଜୋନ୍ ସଂପାଦକ ରମେଶ ଜେନା, ନବ ନିର୍ମାଣ କୃଷକ ସଂଗଠନର ସଭାପତି ତ୍ରିଲୋଚନ ପଣ୍ଡା, ଭଦ୍ରକ ବ୍ଲକ କଂଗ୍ରେସ ସଭାପତି ପ୍ରଫୁଲ୍ଲ ସାମଲ, ଭଦ୍ରକ ଜିଲା କଂଗ୍ରେସ ସାଧାରଣ ସଂପାଦକ ପୀତବାସ ଧଳ, ଛୟାଳସିଂ ପଞ୍ଚାୟତ ସଭାପତି ପ୍ରଫୁଲ୍ଲ ରାଉତ, ଶିକ୍ଷକ ପ୍ରକାଶ ଜେନା, ସୁଧାଂଶୁ ଶେଖର ନାୟକ, ଚାରିଗାଁ ପଞ୍ଚାୟତ କଂଗ୍ରେସ ସଭାପତି ଶଙ୍କର୍ଷଣ କୁଣ୍ଡୁ, ଶ୍ୟାମ ସୁନ୍ଦର ଦାସ ଯୋଗ ଦେଇ ସ୍ୱର୍ଗତ ଜେନା ଜଣେ ଦୃଢ ସଂଗଠକ ଥିଲେ । ଛାତ୍ର ଜୀବନରୁ ରାଜନୀତି ଆରମ୍ଭ କରି ଛାତ୍ର ଓ ଯୁବ କଂଗ୍ରେସ ପାଇଁ ବହୁତ କିଛି କରିଯାଇଛନ୍ତି । ତାଙ୍କ ବିୟୋଗରେ କଂଗ୍ରେସ ଦଳ ଜଣେ ଦକ୍ଷ ସଂଗଠକଙ୍କୁ ହରାଇଲା ବୋଲି ଅତିଥି ମାନେ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସିପିଆଇର ବରିଷ୍ଠ ନେତା ଗୋପବନ୍ଧୁ ସେଠୀ, ନିରଞ୍ଜନ ନାୟକ, ଫାଲଗୁନି ରାଉତ, ନିରଞ୍ଜନ ସେନାପତି, ସରପଞ୍ଚ ମୁସ୍ତାକ୍ ଅଲ୍ଲୀ ଖାଁ, ରାମେଶ୍ୱର ଭାରତୀ, ମାର୍କଣ୍ଡ ବେହେରା, ରାଜ୍ୟ ଛାତ୍ର କଂଗ୍ରେସ ସଂପାଦକ ସାଦ୍ ସିଦ୍ଧିକ୍, ହରିହର ମଣ୍ଡଳ, ସୟଦ ମଇଫୁଜ୍, ଜମିରୁଲ ରହେମନ୍, କାହ୍ନା ନାୟକ, ନିକି ମଇକାପ, ସୁରକାନ୍ ଅଲ୍ଲୀ, ଦେବେନ୍ଦ୍ର ଦାସ, ସତ୍ୟ ଲେଙ୍କା, ବିଶ୍ୱଜିତ୍ ଜେନା, ମଳୟ ଜେନାଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ ।


