ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର,( ଯୁଗାବ୍ଦ ନୁ୍ୟଜ୍) ବାଲିଅନ୍ତା ବ୍ଲକ ଅନ୍ତର୍ଗତ ବାଳକାଟିସ୍ଥ୍ିତ ନିର୍ମାଣ କମ୍ପେ୍ଲକ୍ସରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ଉପଲକ୍ଷେ ଏକ ବ୍ଲକସ୍ତରୀୟ ପ୍ରସ୍ତୁତିି ବୈଠକ ଅନୁÂିତ ହୋଇଯାଇଛି । ଏହି ଅନୁÂିତ ବୈଠକରେ ବାଲିଅନ୍ତା ବ୍ଲକର ୨୦ରୁ ଉଦ୍ଧ୍ୱର୍ ବୁଦ୍ଧିଜୀବୀମାନେ ଯୋଗ ଦେଇଥିଲେ । ଏହି ଅବସରରେ ସର୍ବସମ୍ମତି କ୍ରମେ ବାପୁଙ୍କ ୧୫୦ତମ ଜୟନ୍ତୀ କମିଟି ବାଲିଅନ୍ତା ବ୍ଲକ ନାମରେ ନୂତନ ଭାବେ ଗଠନ କରାଯାଇଅଛି । ଏହି କମିଟିରେ ଆବାହକ ଭାବେ ସନ୍ତୋଷ କୁମାର ସେନାପତି, ସଭାପତି ବିଧୁଭୂଷଣ ପଟ୍ଟନାୟକ, ଉପସଭାପତି ଅକ୍ଷୟ ବେହେରା, ସମ୍ପାଦକ ସିଦେ୍ଧଶ୍ୱର ମହାନ୍ତି, ଯୁଗ୍ମ ସମ୍ପାଦକ ନାରାୟଣ ବେହେରା, କାର୍ଯ୍ୟକାରୀ ସମ୍ପାଦକ ଦୀନବନ୍ଧୁ ଭୋଇ, କାର୍ଯ୍ୟକାରୀ ସଂଯୋଜକ ଭାବେ ରଞ୍ଜନ କୁମାର ମହାପାତ୍ର ଚୟନ କରାଯାଇଥିଲା । ଆଗାମୀ ଦିନରେ କମିଟି ବ୍ଲକସ୍ତରୀୟ ଶିଶୁ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ, ବୃକ୍ଷରୋପଣ, ସାଇକେଲ୍ ଶୋଭାଯାତ୍ରା ଏବଂ ବ୍ଲକସ୍ତରୀୟ ସମାଜସେବୀ, ଶିକ୍ଷାବିତ୍ ଓ ସାମ୍ବାଦିକମାନଙ୍କୁ ସମ୍ବର୍ଦ୍ଧିତ କରିବାର କାର୍ଯ୍ୟକ୍ରମ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ