ଜାତୀୟ ସଂଗୀତ କଳାକେନ୍ଦ୍ରରେ ସାହିତ୍ୟ ସଭା

ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍) : ଅଗ୍ରଣୀ ସାଂସ୍କୃତିକ ଓ ସାମାଜିକ ପ୍ରତିଷ୍ଠାନ ଜାତୀୟ କଳାକେନ୍ଦ୍ର ପରିଚାଳିତ ସାତ୍ତ୍ୱିକ ସଂନ୍ଧ୍ୟା ପକ୍ଷରୁ କଳାକେନ୍ଦ୍ର ପରିସରସ୍ଥ ଭଞ୍ଜମଣ୍ଡପ ଠାରେ ଅଗ୍ରପୂଜ୍ୟ ଗଜାନନଙ୍କ ପୂଜାବିଧିବଦ୍ଧ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ସାହିତ୍ୟ ସଂନ୍ଧ୍ୟା ପକ୍ଷରୁ ଏକ ସାହିତ୍ୟ ସଭାର ଆୟୋଜନ ହୋଇଯାଇଛି । ଏହି ଆୟୋଜିତ ସଭାରେ ପ୍ରଫେସର ଡକ୍ଟର କୃର୍ଷ୍ଣ ଚନ୍ଦ୍ର ଜେନାଙ୍କ ଅଧକ୍ଷତାରେ ଏହି ଅନୁଷ୍ଠିତ ସଭାରେ ବରିଷ୍ଠ ସାରସ୍ୱତ ସାଧକ ଡା.ଚନ୍ଦ୍ରମଣୀ ସ୍ୱାଇଁ ,ମୁଖ୍ୟ ଅତିଥି ଓ ଏବଂ କାଳିନ୍ଦି ଚରଣ ନାୟକ ,ଶିଶୁ ସାହିତ୍ୟକ ହାଡିବନ୍ଧୁ ମାଳ. ସମ୍ମାନିତ ଅତିଥିଭାବେ ଯୋଗ ଦେଇ ସାହିତ୍ୟରେ ଆଧାତ୍ମିକ ଚେତନା ସଂପର୍କରେ ନିଜର ବକ୍ତବ୍ୟ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସାଧକ ସାଧିକା ଯୋଗ ଦେଇ ଆଧାତ୍ମିକ କବିତା ପାଠ କରିଥିଲେ । କାର୍ଯ୍ୟକ୍ରମରେ ଶେଷରେ ବହୁ ସୁନାମଧନ୍ୟ କଣ୍ଠଶିଳ୍ପି ଭଜନ ଗାନ କରିଥିଲେ । ଶେଷରେ କିରଣ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ