ମହାନଦୀରେ ବନ୍ୟା
କଟକ,(ଦୀପକ୍ କୁମାର ବେଉରା): ଚଳିତବର୍ଷ ମହାନଦୀରେ ଆସିଛି ଭୟଙ୍କର ବନ୍ୟା। ମହାନଦୀ ଦେଖାଇଛି ତାହାର କରାଳ ରୂପ। ଖାଲି ମହାନଦୀ କାହିଁକି ଏହାର ଶାଖା ନଦୀରେ ଆସିଛି ବନ୍ୟା।ବର୍ତ୍ତମାନ ମୁଣ୍ଡଳି ବ୍ୟାରେଜ୍ ଠାରେ ୧୦ ଲକ୍ଷରୁ ଅଧିକ କ୍ୟୁସେକ୍ ଜଳ ପ୍ରଭାହିତ ହେଉଛି। ପ୍ରତି ଘଣ୍ଟାରେ ବ୍ୟାରେଜ ରୁ ଜଳ ନିଷ୍କାସିତ ହେଉଛି। ସେହି ଅନୁପାତରେ ସହରର ନରାଜ ଓ ଯୋବ୍ରା ବ୍ୟାରେଜ ରେ ବନ୍ୟାଜଳ ପ୍ରବାହିତ ହେଉଛି। ଏବେ ହୀରାକୁଦର ୪୬ ଟି ଗେଟ୍ ଦେଇ ଜଳ ଆସୁଥିବାବଳେ ଦରକାର ପଡିଲେ ଆଉ ୨ ଟି ଗେଟ୍ ଖୋଲାଯିବ ବୋଲି ସରକାର ସୂଚନା ଦେଇଛନ୍ତି। ମହାନଦୀରେ ଅଧିକ ସଂଖ୍ୟକ ପାଣି ଆସୁଥିବାରୁ ଅନେକ ତଳି ଅଞ୍ଚଳରେ ବନ୍ୟାଜଳ ପଶିବା ଯୋଗୁଁ କ୍ଷତି ଘଟାଇଲାଣି। ସେହିପରି ଏହାର ଶାଖାନଦୀ କାଠଯୋଡିରେ ମଧ୍ୟ ବନ୍ୟାଜଳ ଆସିଥିବାରୁ ତଳି ଅଞ୍ଚଳ ଗୁଡିକ ଜଳମଗ୍ନ ହୋଇଛି। ସେହିପରି ଚୌଦ୍ଵାର ସହରର ୫ ନମ୍ୱର୍ ୱାର୍ଡ ରେ ବନ୍ୟା ଜଳ ପ୍ରବେଶ କରୁଥିବାରୁ ତଲବଜାର ରାସ୍ତା ଉପରେ ପାଣି ଚାଲୁଛି । ଅନେକ ଘର ମଧ୍ୟ ପାଣି ଘେରରେ ଅଛି ।