ମହାଶିବରାତ୍ରି ଉପଲକ୍ଷେ ବିଭିନ୍ନ ଶୈବ ପୀଠରେ ଭକ୍ତ ସମାଗମ : କୋଭିଡ କଟକଣା ଭିତରେ ଜାଗର ଯାତ୍ରା

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ଆଜି ମହା ଶିବରାତ୍ରି ଉପଲକ୍ଷେ ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ଶୈବ ପୀଠରେ ଦିନ ସାରା ଭକ୍ତ ସମାଗମ ହୋଇଥିଲା I ବେଲଗୁଣ୍ଠା ବ୍ଳକ୍ ର ଗାଙ୍ଗପୁର ସ୍ଵପ୍ନେଶ୍ଵର ମନ୍ଦିର, ପାଲକଷଣ୍ଢା ନୀଳକଣ୍ଠେଶ୍ୱର ମନ୍ଦିର,ଗୋବରା ଉଗ୍ରେସୱର ମନ୍ଦିର ବାସୁଦେବପୁର କପିଳେଶ୍ୱର ମନ୍ଦିର,ସିଂହମର୍ଦ୍ଦନ ଶିବ ମନ୍ଦିର, ବୋରି ସିଦ୍ଧେଶ୍ଵର ମନ୍ଦିର, ବିଞ୍ଝଗିରୀ, ଇନ୍ଧନପୁର, ବଡ଼ ସାଦରା, ଖଇରପୁଟି, କ୍ଷତ୍ରିୟବରପୁର, ନୂଆଁପଡା , ଧାନପୁଞ୍ଜା, ବାରଟା, କେ.ନୂଆଁଗଡ଼,ବେଲଗୁଣ୍ଠାର ବାଲୁଙ୍କେଶ୍ୱର ମନ୍ଦିର,ଚନ୍ଦ୍ର କଳ୍ପେଶ୍ୱର ମନ୍ଦିର , ନାୟକପଡାର ବୈଦ୍ୟନାଥ ମନ୍ଦିର,ଗୋଲାପଡାର ସ୍ଵପ୍ନେଶ୍ଵର ମନ୍ଦିର, ମଙ୍ଗଳପୁର ମୁକ୍ତେଶ୍ୱର ପ୍ରଭୃତି ଶିବ ମନ୍ଦିରରେ ଭକ୍ତମାନେ ପୂଜାର୍ଚ୍ଚନା କରୁ୍ଥିବା ଦେଖିବାକୁ ମିଳିଥିଲା I କିନ୍ତୁ କୋଭିଡ କଟକଣା ହେତୁ ପ୍ରତ୍ୟେକ ମନ୍ଦିରରେ କୋଭିଡ ମାର୍ଗଦର୍ଶିକା ଅନୁଯାୟୀ ଉଭୟ ଭକ୍ତ ଓ ପୂଜକ ମାସ୍କ ବ୍ୟବହାର କରିବା ସହିତ ସାମାଜିକ ଦୂରତା ରକ୍ଷାକରି ଠାକୁରଙ୍କ ଦର୍ଶନ କରିଥିବା ଦେଖିବାକୁ ମିଳିଥିଲା I ପ୍ରତ୍ଯେକ ମନ୍ଦିରରେ ଏସ୍ଓପି ଅନୁପାଳନ ହେଉଛି କି ନାହିଁଁ ତାହା ସ୍ଥାନୀୟ ପ୍ରଶାସନ ଏବଂ ଥାନା ଅଧିକାରୀମାନେ ତଦାରଖ କରିଥିଲେ I ପ୍ରଶାସନର ନିର୍ଦ୍ଦେଶ କ୍ରମେ ବିଭିନ୍ନ ସ୍ଥାନରେ ଶିବରାତ୍ରି ଉପଲକ୍ଷେ ଅନୁଷ୍ଠିତ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମ,ଯାତ୍ର, ନାଟକ ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବନ୍ଦ ରହିଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ