୧୦୨ ବର୍ଷରେ ପଦାର୍ପଣ କଲା ଗୋପାଳପୁର ଲକ୍ଷ୍ମୀ ନାରାୟଣ ପୂଜା

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତ ଗୋପାଳପୁର ଗ୍ରାମରେ ୧୦୨ ବର୍ଷରେ ଲକ୍ଷ୍ମୀ ନାରାୟଣ ପୂଜା ପଦାର୍ପଣ କରିଛି । ପ୍ରାରମ୍ଭରେ ନିକଟସ୍ଥ ପୁଷ୍କରିଣୀରୁ ୫ ଗୋଟି କଳସ ଅଣାଯାଇ ଘଟସ୍ଥାପନା ପୂର୍ବକ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା । ପୂଜକ ଗୋବିନ୍ଦ ଚନ୍ଦ୍ର ମିଶ୍ର, ବିଷ୍ଣୁ ମୋହନ ଶତପଥୀ ପୂଜା ଦାୟୀତ୍ୱ ସଂପାଦନ କରିଥିବା ବେଳେ କର୍ତ୍ତା ଭାବରେ ଅନାମ ପାଳ, ମନୋଜ ଗିରି ଥିଲେ । ଉକ୍ତ ପୂଜା ୫ ଦିନ ଧରି ଚାଲିବାକୁ ଥିବା ବେଳେ ଶନିବାର ଭସାଣୀ ଉତ୍ସବ ଅନୁଷ୍ଠିତ ହେବ । ପୂଜା କମିଟିର ସଭାପତି ଶ୍ରୀଧର ଗିରି, ସଂପାଦକ ବାଇଧର ଦାସ, ରତିକାନ୍ତ ଜେନା, ଖଗେଶ୍ୱର ଗିରି, ସୁକାନ୍ତ ଗିରି, ଦିନବନ୍ଧୁ ଗିରି, ବିଦ୍ୟାଧର ଗିରି, କାହ୍ନୁ ଚରଣ ଦାସ, କଳ୍ପତରୁ ଗିରି, ସନ୍ତୋଷ ଗିରିଙ୍କ ସମେତ ଗ୍ରାମବାସୀ ମାନେ ସହଯୋଗ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ