ମାଛ ଚାଷ କରି ଉପକୃତ ହେଉଛନ୍ତି ସ୍ୱୟଂ ସହାୟିକା ଗୋଷ୍ଠୀ

ମୋହନା,(ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ରାଜ୍ୟ ସରକାର ବିଭିନ୍ନ ପ୍ରକଳ୍ପକୁ ନେଇ ବର୍ତମାନ ଲୋକଙ୍କ ଦୁଃଖ ବୁଝୁଥିବା ବେଳେ ମାକୁ ସମ୍ମାନ ଗାଁକୁ କାମ ହିସାବରେ ପ୍ରତ୍ୟେକ ଗରିବ ପରିବାରଙ୍କୁ କାମ ଯୋଗାଇ ଆସୁଛନ୍ତି । ଏପରିକି ମହିଳା ମାନଙ୍କୁ ଏକତ୍ରିତ କରି ଯେପରି ସେମାନେ ନିଜେ ଦୁଇ ପଇସା କମାଇ ପାରିବେ ତାହାର ପ୍ରୟାସ ଜାରି ରଖିଛନ୍ତି । ପ୍ରତ୍ୟେକ ଗ୍ରାମରେ ୧୦ ରୁ ୧୫ ଜଣ ମହିଳାଙ୍କୁ ନେଇ ସ୍ୱୟଂ ସହାୟିକା ଗୋଷ୍ଠୀ ଗଠନ କରି ଟେଇଲର ମିଶିନ୍‌, ପାଣି ପଚାଂୟତ, ଶୌଚାଳୟ ନିର୍ମାଣ, ବିଦ୍ୟାଳୟରେ ଖାଦ୍ୟ ରୋଷେଇ କରିବା, ଗ୍ରାମର ଜମିକୁ ସମତଳ କରିବା ଏଭଳି ବିଭିନ୍ନ କାମ ଯୋଗାଇ ଆସୁଛନ୍ତି ଯାହାରି ଫଳରେ ମହିଳାମାନେ ଉପକୃତ ହୋଇ ନିଜ ପରିବାର ଓ ପିଲାଛୁଆଙ୍କୁ ପାଠ ପଢାଇବାରେ ସଫଳ ହେଉଛନ୍ତି । ଏଭଳି ଏକ ପ୍ରୟାଶ ଦେଖିବାକୁ ମିଳିଛି ଲକଡାଉନ ସମୟରେ ଖାଇବା ପାଇଁ ପାଖରେ ପଇସା ନଥିବା ବେଳେ, କାମ ମିଳୁ ନଥିବା ବେଳେ ରାଜ୍ୟ ସରକାର ନିର୍ଦ୍ଧେଶ କ୍ରମେ ଗଜପତି ଜିଲ୍ଲା ଆଇଟିଡିଏ, ଅନୁଷ୍ଠିତ ଜାତି ଜନଜାତି ପ୍ରକଳ୍ପ ପ୍ରଶାସକ ସରୋଜ କୁମାର ବେହେରା ତତ୍ୱବଧାନରେ ବିଭିନ୍ନ ବ୍ଳକର ପଚାଂୟତ ଗୁଡିକରେ ମହିଳାମାନଙ୍କୁ କାମ ଯୋଗାଇ ଆସୁଛନ୍ତି । ଆଗରୁ ପରିବା ଚାଷ କରି ବହୁ ଲୋକେ ଉପକୃତ ହୋଇଥିବା ବେଳେ ମୋହନା ବ୍ଳକର ୧୦ଟି ପଚାଂୟତରେ ୩୦ରୁ ଉର୍ଦ୍ଧ୍ୱ ସ୍ୱୟାଂ ସହାୟିକା ଗୋଷ୍ଠୀ ମାନଙ୍କୁ ୯୦ କେଜି ଲେଖାଏଁ ମାଛ ଯାଆଁଳା ଓ ୪୦୦ କେଜି ମାଁ ଖାଦ୍ୟ ପ୍ରଦାନ କରିଥିଲେ ଅଗଷ୍ଟ ମାସରେ ଯାହାକି ସ୍ୱୟଂ ସହାୟିକା ଗୋଷ୍ଠୀମାନେ ମାଛ ଚାଷ କରି ଉପୃତ ହେଉଛନ୍ତି । ଗତମାସରେ ମୋହନା ବ୍ଳକର ଚାନ୍ଦିପୁଟ ପଚାଂୟତର କାଳିଆପଟା ଗ୍ରାମର ମା ନାରାୟଣୀ ସ୍ୱୟାଂ ସହାୟିକା ଗୋଷ୍ଠୀ ୫୦ କିଲୋ ମାଛ ୧୫୦ ଟଙ୍କା ଲେଖାଏଁ ବିକ୍ରି କରି ଉପକୃତ ହୋଇଛନ୍ତି । ବର୍ତମାନ ଚାନ୍ଦିପୁଟ ପଚାଂୟତର ନାର୍ଦିଗୁମା ଗ୍ରାମର ଦୁଇଟି ସ୍ୱୟାଂ ସହାୟିକା ଗୋଷ୍ଠୀ ମା ଗାୟତ୍ରୀ ଓ ମା କୁରେଇଶୁଣୀ ୨୦ କିଲୋ ମାଛ ଆଜି ବନ୍ଧରୁ ଧରି ବିକ୍ରି କରିଛନ୍ତି । ଏହି ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କୁ ଏକତ୍ରିତ କରି କାମ ଯୋଗାଇବାରେ ସଫଳତା ହୋଇଛି ଆଇଟିଡିଏ ମହିଳା ପ୍ରତ୍ୟେକ ଗାଁ ବୁଲି ବୁଲି ଏହି ମାଛ ଚାଷ ବିଷୟରେ ଯାଆଁଳା ଓ ଖାଦ୍ୟ ବାଂଟିଛନ୍ତି ଆଇଟିଡିଏର କ୍ଷେତ୍ର ଚାଳକ ସଞ୍ଜୟ ଛଟେଇ, ସନ୍ତୋଷ କୁମାର ରାଉଳ ଏଭଳି ଅନ୍ୟ ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କୁ ମଧ୍ୟ ଆଗାମୀ ଦିନରେ ବିଭିନ୍ନ କ୍ଷେତ୍ରରେ କାମ ଯୋଗାଇ ଦିଆଯିବ ବୋଲି ପ୍ରକଳ୍ପ ପ୍ରଶାସକ ଶ୍ରୀ ବେହେରା କହିଛନ୍ତି |ହନା,(ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ରାଜ୍ୟ ସରକାର ବିଭିନ୍ନ ପ୍ରକଳ୍ପକୁ ନେଇ ବର୍ତମାନ ଲୋକଙ୍କ ଦୁଃଖ ବୁଝୁଥିବା ବେଳେ ମାକୁ ସମ୍ମାନ ଗାଁକୁ କାମ ହିସାବରେ ପ୍ରତ୍ୟେକ ଗରିବ ପରିବାରଙ୍କୁ କାମ ଯୋଗାଇ ଆସୁଛନ୍ତି । ଏପରିକି ମହିଳା ମାନଙ୍କୁ ଏକତ୍ରିତ କରି ଯେପରି ସେମାନେ ନିଜେ ଦୁଇ ପଇସା କମାଇ ପାରିବେ ତାହାର ପ୍ରୟାସ ଜାରି ରଖିଛନ୍ତି । ପ୍ରତ୍ୟେକ ଗ୍ରାମରେ ୧୦ ରୁ ୧୫ ଜଣ ମହିଳାଙ୍କୁ ନେଇ ସ୍ୱୟଂ ସହାୟିକା ଗୋଷ୍ଠୀ ଗଠନ କରି ଟେଇଲର ମିଶିନ୍‌, ପାଣି ପଚାଂୟତ, ଶୌଚାଳୟ ନିର୍ମାଣ, ବିଦ୍ୟାଳୟରେ ଖାଦ୍ୟ ରୋଷେଇ କରିବା, ଗ୍ରାମର ଜମିକୁ ସମତଳ କରିବା ଏଭଳି ବିଭିନ୍ନ କାମ ଯୋଗାଇ ଆସୁଛନ୍ତି ଯାହାରି ଫଳରେ ମହିଳାମାନେ ଉପକୃତ ହୋଇ ନିଜ ପରିବାର ଓ ପିଲାଛୁଆଙ୍କୁ ପାଠ ପଢାଇବାରେ ସଫଳ ହେଉଛନ୍ତି । ଏଭଳି ଏକ ପ୍ରୟାଶ ଦେଖିବାକୁ ମିଳିଛି ଲକଡାଉନ ସମୟରେ ଖାଇବା ପାଇଁ ପାଖରେ ପଇସା ନଥିବା ବେଳେ, କାମ ମିଳୁ ନଥିବା ବେଳେ ରାଜ୍ୟ ସରକାର ନିର୍ଦ୍ଧେଶ କ୍ରମେ ଗଜପତି ଜିଲ୍ଲା ଆଇଟିଡିଏ, ଅନୁଷ୍ଠିତ ଜାତି ଜନଜାତି ପ୍ରକଳ୍ପ ପ୍ରଶାସକ ସରୋଜ କୁମାର ବେହେରା ତତ୍ୱବଧାନରେ ବିଭିନ୍ନ ବ୍ଳକର ପଚାଂୟତ ଗୁଡିକରେ ମହିଳାମାନଙ୍କୁ କାମ ଯୋଗାଇ ଆସୁଛନ୍ତି । ଆଗରୁ ପରିବା ଚାଷ କରି ବହୁ ଲୋକେ ଉପକୃତ ହୋଇଥିବା ବେଳେ ମୋହନା ବ୍ଳକର ୧୦ଟି ପଚାଂୟତରେ ୩୦ରୁ ଉର୍ଦ୍ଧ୍ୱ ସ୍ୱୟାଂ ସହାୟିକା ଗୋଷ୍ଠୀ ମାନଙ୍କୁ ୯୦ କେଜି ଲେଖାଏଁ ମାଛ ଯାଆଁଳା ଓ ୪୦୦ କେଜି ମାଁ ଖାଦ୍ୟ ପ୍ରଦାନ କରିଥିଲେ ଅଗଷ୍ଟ ମାସରେ ଯାହାକି ସ୍ୱୟଂ ସହାୟିକା ଗୋଷ୍ଠୀମାନେ ମାଛ ଚାଷ କରି ଉପୃତ ହେଉଛନ୍ତି । ଗତମାସରେ ମୋହନା ବ୍ଳକର ଚାନ୍ଦିପୁଟ ପଚାଂୟତର କାଳିଆପଟା ଗ୍ରାମର ମା ନାରାୟଣୀ ସ୍ୱୟାଂ ସହାୟିକା ଗୋଷ୍ଠୀ ୫୦ କିଲୋ ମାଛ ୧୫୦ ଟଙ୍କା ଲେଖାଏଁ ବିକ୍ରି କରି ଉପକୃତ ହୋଇଛନ୍ତି । ବର୍ତମାନ ଚାନ୍ଦିପୁଟ ପଚାଂୟତର ନାର୍ଦିଗୁମା ଗ୍ରାମର ଦୁଇଟି ସ୍ୱୟାଂ ସହାୟିକା ଗୋଷ୍ଠୀ ମା ଗାୟତ୍ରୀ ଓ ମା କୁରେଇଶୁଣୀ ୨୦ କିଲୋ ମାଛ ଆଜି ବନ୍ଧରୁ ଧରି ବିକ୍ରି କରିଛନ୍ତି । ଏହି ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କୁ ଏକତ୍ରିତ କରି କାମ ଯୋଗାଇବାରେ ସଫଳତା ହୋଇଛି ଆଇଟିଡିଏ ମହିଳା ପ୍ରତ୍ୟେକ ଗାଁ ବୁଲି ବୁଲି ଏହି ମାଛ ଚାଷ ବିଷୟରେ ଯାଆଁଳା ଓ ଖାଦ୍ୟ ବାଂଟିଛନ୍ତି ଆଇଟିଡିଏର କ୍ଷେତ୍ର ଚାଳକ ସଞ୍ଜୟ ଛଟେଇ, ସନ୍ତୋଷ କୁମାର ରାଉଳ ଏଭଳି ଅନ୍ୟ ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କୁ ମଧ୍ୟ ଆଗାମୀ ଦିନରେ ବିଭିନ୍ନ କ୍ଷେତ୍ରରେ କାମ ଯୋଗାଇ ଦିଆଯିବ ବୋଲି ପ୍ରକଳ୍ପ ପ୍ରଶାସକ ଶ୍ରୀ ବେହେରା କହିଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ