ମହିଳା ଯୋଦ୍ଧାଙ୍କ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୩,୨୫୧ ଟଙ୍କା ସହାୟତା ପ୍ରଦାନ

ପୋଲସରା, (ଅନିଲ କୁମାର ମହାରଣା):କରୋନା ସଂକ୍ରମଣକୁ ପ୍ରତିରୋଧ କରିବା ପାଇଁ ତୃଣମୂଳ ପଞ୍ଚାୟତ ସ୍ତରରେ ଯେଉଁ ଯୋଦ୍ଧାମାନେ କାର୍ଯ୍ୟ କରୁଛନ୍ତି ସେମାନଙ୍କ ମଧ୍ୟରେ ମହିଳା ଯୋଦ୍ଧାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ସେହି ମହିଳା ଯୋଦ୍ଧା ମାନେହେଲେ ମହିଳା ସରପଞ୍ଚ,ମହିଳା ସ୍ୱାସ୍ଥ୍ୟ କର୍ମୀ,ଶିକ୍ଷୟିତ୍ରୀ, ଅଙ୍ଗନବାଡି କର୍ମୀ, ଅଙ୍ଗନବାଡି ସହାୟିକା, ଆଶା କର୍ମୀ ଓ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ବୃନ୍ଦ। କରୋନା ସଂକ୍ରମଣ ଭୟ ଥିବା ସ୍ଥଳେ ଏମାନେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସଙ୍ଗରୋଧରେ ଥିବା ପ୍ରବାସୀ ଓଡ଼ିଆମାନଙ୍କୁ ଖାଦ୍ୟ ଯୋଗାଣ ସହ ପ୍ରାୟ ସମସ୍ତ ପ୍ରକାର ସେବା ଯୋଗାଇଥାନ୍ତି । ହେଲେ ଏହିପରି ମହିଳା ଯୋଦ୍ଧା ମାନେ ରାଜ୍ୟର ଆର୍ଥିକ ମେରୁଦଣ୍ଡକୁ ସୁଦୃଢ କରିବା ପାଇଁ ମଧ୍ୟ ଆଗଭର ହେବ ଦେଖା ଦେଇଛି। ମଇ ୨୧ ତାରିଖ ଦିନ କଳମ୍ବ ଗ୍ରାମ ପଞ୍ଚାୟତର ସ୍ୱୟଂ ସହାୟକ ଗୋଷ୍ଠୀ, ଆଶା କର୍ମୀ, ଅଙ୍ଗନବାଡି କର୍ମୀ ଓ ସହାୟିକା ମିଳିତ ଭାବେ, ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ ଜରୀଆରେ ୫୩,୨୫୧ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ କରିଛନ୍ତି। ମହିଳା ଯୋଦ୍ଧା ମାନଙ୍କ ଏହି ମହତ କାର୍ଯ୍ୟ ପାଇଁ ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରଶଂସିତ ହୋଇପାରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ