ବନ୍ଧା ପଡିଛି ମା ର ସ୍ନେହ  

ଏହି ସମୟ ଅର୍ଥାତ ଏବେକାର ଜମାନାରେ ଯେଉଁଠି କି ପୁଅ ତାର ବାପା ଓ ମାକୁ ନ ପୋଷି ଜରାଶ୍ରମକୁ ଛାଡିଦିଏ ଠିକ ସେହିଭଳି ଦେଖିବାକୁ ମିଳିଛି ତାର ବିପରୀତ!! ନ୍ୟାୟାଳୟକୁ ଗୋଟିଏ ମକଦ୍ଦମା ଆସିଛି, ଯାହା ସମସ୍ତଙ୍କୁ ଦୋହଲାଇ ଦେଇଛି । କୋର୍ଟରେ ଜମି ଜମା ବିବାଦ କି ଅନ୍ୟ ପାରିବାରିକ ବିବାଦ ର କେସ୍ ସାଧାରଣତଃ ଆସେ । କିନ୍ତୁ ଏହା ଏକ ଭିନ୍ନ ପ୍ରକାରର ମାମଲା ଥିଲା । ଜଣେ ୫୯ ବର୍ଷ ବୟସର ବ୍ୟକ୍ତି ନିଜ ୭୪ ବର୍ଷ ବୟସର ବୃଦ୍ଧ ଭାଇ ଉପରେ ମକଦ୍ଦମା କରିଥିଲା ।ମକଦ୍ଦମା ଟି ଏମିତି ଥିଲା କି, ମୋର ୭୪ ବର୍ଷ ବୟସର ବଡ ଭାଇ, ଦିନକୁ ଦିନ ଆହୁରି ବୁଢା ହେଉଛି । ଯିଏକି ନିଜର ଠିକ୍ ଭାବରେ ଖିଆଲ ରଖିବା ସମ୍ଭବ ନୁହେଁ। କିନ୍ତୁ ମୁଁ ମନା କରିବା ସତ୍ତ୍ୱେ ମଧ୍ୟ ସେ ଆମ ୯୫ ବର୍ଷ ବୟସର ମା’ଆର ଦେଖା ଶୁଣା କରୁଛି ।ମୁଁ ବର୍ତ୍ତମାନ ଠିକ୍ ଅଛି, ସକ୍ଷମ ଅଛି, ତେଣୁ ମତେ ମାଆର ସେବା କରିବାର ସୁଯୋଗ ଦିଆଯାଉ ଏବଂ ମାଆଙ୍କୁ ମୋତେ ଦିଆଯାଉ । ନ୍ୟାୟଧିଶ ମହୋଦୟ ମଧ୍ୟ ସ୍ତବ୍ଧ ହେଇଗଲେ । ମକଦ୍ଦମାର ମଧ୍ୟ ଖୁବ୍ ଚର୍ଚ୍ଚା ହେଲା । ନ୍ୟାୟାଧିଶ ମହୋଦୟ ଦୁଇ ଭାଇଙ୍କୁ ଡାକି ବୁଝାଇଲେ କି ତୁମେ ଦୁଇଜଣ ୧୫ – ୧୫ ଦିନ ରଖ ।କିନ୍ତୁ କେହି ଶୁଣିବାକୁ ନାରାଜ । ବଡ଼ ଭାଇ କହିଲା କି, ମୁଁ ମୋର ସ୍ୱର୍ଗ ଠାରୁ ନିଜକୁ କାହିଁକି ଦୂରେଇ ରଖିବି ? ଯଦି ମା’ଆ କହିଦେବ କି ତାକୁ ମୋ ଦ୍ୱାରା କୈାଣସି କଷ୍ଟ ଅଛି କିମ୍ବା ମୁଁ ତାର ଦେଖା ଶୁଣା କରିବା ପାଇଁ ଅସମର୍ଥ ତେବେ ବିନା ଦ୍ବିଧାରେ ମୁଁ ସାନ ଭାଇ କୁ ଦେଇଦେବି ।ସାନ ଭାଇ କହୁଛି କି ବିଗତ ୩୨ ବର୍ଷ ଯେବେଠୁ ମୁଁ ବାହାରେ ଚାକିରୀ କରି ରହୁଛି ବଡ଼ଭାଇ ଏକାକୀ ସେବା କରିଆସୁଛି। ମୁଁ ଆଉ ମୋ କର୍ତ୍ତବ୍ୟ କେବେ କରିବି ? ମୋ ପାଖରେ ପୁଅ ବୋହୁ ସମସ୍ତେ ଅଛନ୍ତି, ମାଆ ମଧ୍ୟ ଦରକାର ।ନ୍ୟାୟାଧିଶ ମହୋଦୟ ବିଷମ ସଙ୍କଟରେ । ସମସ୍ତ ପ୍ରୟାସ ସତ୍ୱେ କୈାଣସି ସମାଧାନ ରାସ୍ତା ନ ପାଇ ଶେଷରେ ମାଆଙ୍କ ମନକଥା ଶୁଣିବାକୁ ନ୍ୟାୟାଧିଶ ମାଆଙ୍କୁ ଡକାଇଲେ ଓ ପଚାରିଲେ ଆପଣ କାହା ସହ ରହିବାକୁ ଚାହୁଁଛନ୍ତି। ୩୦/୩୫ କିଲୋ ଓଜନର ର ବହୁତ ଦୁର୍ବଳ ମାଆ କୁହନ୍ତି ଦୁଇଜଣଯାକ ମୋ ସନ୍ତାନ । ମୋ ପାଇଁ ଉଭୟ ସମାନ । ମୁଁ କାହାରି ଜଣକ ପକ୍ଷ ନେଇ କହିଲେ ଅନ୍ୟ ଜଣକ ପାଇଁ ଅନ୍ୟାୟ ହେବ । ଆପଣ ନ୍ୟାୟାଧୀଶ ତେଣୁ ଆପଣ ନିଜେ ବିଚାର କରନ୍ତୁ । ବିଚାର କରିବା ଆପଣଙ୍କ କାମ। ଆପଣଙ୍କ ନିର୍ଣ୍ଣୟ ଯାହା ହେବ ମୁଁ ମାନିନେବି ।ଅତ୍ୟନ୍ତ ଭାରାକ୍ରାନ୍ତ ନ୍ୟାୟାଧିଶ ଶେଷରେ ନିର୍ଣ୍ଣୟ ଦେଲେ କି, ସେ ଛୋଟ ଭାଇ ର ଭାବନାରେ ସହମତ । ବଡ଼ ଭାଇଙ୍କୁ ନିଶ୍ଚୟ ବୟସ ହେଲାଣି ଓ ଦୁର୍ବଳ ମଧ୍ୟ ହେଲେଣି । ଏ ପରିପ୍ରେକ୍ଷୀରେ ମାଆଙ୍କ ସେବା କରିବାର ଦାୟିତ୍ବ ସାନ ଭାଇଙ୍କୁ ପ୍ରଦାନ କରାଗଲା ।ନିର୍ଣ୍ଣୟ ଶୁଣି ବଡ଼ ଭାଇ ସାନ ଭାଇ କୁ କୁଣ୍ଢେଇ କାନ୍ଦି ପକାଇଲେ । କୋର୍ଟ ପରିସରରେ ସମସ୍ତଙ୍କ ଆଖି ରେ ଲୁହ ଖେଳିଗଲା ।।
● କହିବାର ତାତ୍ପର‌୍ୟ୍ୟ ଭାଇ ଭଉଣୀ ମଧ୍ୟରେ ବିବାଦ ଏଭଳି ହେବା ଦରକାର । ଆଜି କାଲି ଘର, ଗାଡ଼ି, ପଇସା ସବୁ ଥାଇ ମଧ୍ୟ ଯଦି ବାପା ମାଆ ଖୁସି ନାହାନ୍ତି ତେବେ ଜୀବନ ନିରର୍ଥକ ।

ଲେଖା- ଗୁଲସନ୍ କୁମାର କର

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ