ସର୍ଜରୀ ପାଇଁ ସେନ୍ସର୍

ବୈଜ୍ଞାନିକମାନେ ଏମିତି ଏକ ସେନ୍ସର ବିକଶିତ କରିଛନ୍ତି । ଯେଉଁଥିରେ ଡାକ୍ତର ସର୍ଜରୀ ବିଷୟରେ ରୋଗୀର ସ୍ୱାସ୍ଥ୍ୟ ଉପରେ ନଜର ରଖିପାରିବେ । କୁହାଯାଉଛି ଯେ, ଏହି ସେନ୍ସର ନିଜର ଶକ୍ତି ନିଜେ ତିଆରି କରେ । ଏହାସହିତ ଏହି ସେନ୍ସର ସୂଚନା ମଧ୍ୟ ପ୍ରଦାନ କରପାରିବ । ବୈଜ୍ଞାନିକଙ୍କ ମତ ଅନୁଯାୟୀ ବିନା ତାରରେ ଏହାକୁ ହାତ ବନ୍ଧନିରେ ଫିଟ୍ କରାଯାଇପାରିବ । ଛୋଟ ଟ୍ୟୁବ୍ ଭଳି ଏହି ଉପରକଣ ବିଭିନ୍ନ ପ୍ରକାର ସଞ୍ଚାଳନ ଓ ସୂଚନା କମ୍ପ୍ୟୁଟର, ସ୍ମାର୍ଟଫେନ୍ ବା ସ୍ମାର୍ଟଘଣ୍ଟାକୁ ପହଞ୍ଚାଇବ । କାନାଡ଼ାରେ ୱାଟରଲୁ ବିଶ୍ୱବିଦ୍ୟାଳୟର ଗବେଷକ ହସନ ଅସରରୀଙ୍କ ମତଅନୁସାରେ ଡାକ୍ତର ବା ଫିଜିଓଥେରାପିଙ୍କ ପାଇଁ ସର୍ବଦା ରୋଗୀଙ୍କ ସହ ରହିବା କଠିନ୍ ହୁଏ । ଏଥିପାଇଁ ରୋଗୀ ଉପରେ ନଜର ରଖିବା ପାଇଁ ଅବିଚ୍ଛିନ୍ନ ଭାବରେ ତଥ୍ୟ ସଂଗ୍ରହ କରିବାକୁ ପଡିଥାଏ । ତେଣୁ ଏହି ସେନ୍ସର ଡାକ୍ତରଙ୍କୁ ଅନେକ ସାହାଯ୍ୟ କରିବ । ଏହି ସେନ୍ସର ଉପଯୋଗ ଅନ୍ୟ ପ୍ରକାରରେ ମଧ୍ୟ କରାଯାଇପାରିବ । ଯେମିତି ଯାନବାହାନର ଚକରେ ଏହାକୁ ଫିଟ୍ କରାଯାଇପାରିବ ଓ ବରଫ ରାସ୍ତାରେ ଏହି ଡିଭାଇସ୍ ବହୁତ କାମରେ ଆସିପାରିବ । ୱାୟରଲେସ୍ ସିଗ୍ନାଲ ପଠାଇବା ପାଇଁ ଏହି ଉପକରଣ ବୁଲିବା ବା ବଙ୍କା ହେବା ଦ୍ୱାରା ଶକ୍ତି ଉତ୍ପନ କରେ । ଆଗକୁ ଏପରି ସେନ୍ସର ବିକଶିତ ହେବ ଯାହା ବିନା ବ୍ୟାଟେରୀର ମଧ୍ୟ କାମ କରିପାରିବ ବୋଲି ବୈଜ୍ଞାନିକ ମତ ରଖିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ