ମାଂସ ଭୋଜନରେ ଆମେରିକୀୟମାନେ ଆଗୁଆ

ଅଧିକ ମାଂସ ଭୋଜନ ସ୍ୱାସ୍ଥ୍ୟ ପାଇଁ ଖରାପ ବୋଲି ଜାଣିବା ସତ୍ତ୍ୱେ ଜିଭ ସ୍ୱାଦ ମେଣ୍ଟାଇବା ଲାଗି ମାଂସକୁ ଖାଦ୍ୟ ଭାବେ ବ୍ୟବହାର କରିଆସୁଛି । ଏହାର ଚାହିଦା ଅପରିବର୍ତ୍ତିତ ରହିଛି । ନିକଟରେ କରାଯାଇଥିବା ଏକ ସର୍ବେକ୍ଷଣ ଅନୁଯାୟୀ ଆମେରିକୀୟମାନେ ଏବେ ମାଂସ ଭୋଜନରେ ବିଶ୍ୱରେ ଆଗୁଆ । ସେଠାରେ ବାର୍ଷିକ ମୁଣ୍ଡ ପିଛା ହାରାହାରି ମାଂସ ଭୋଜନର ପରିମାଣ ୯୮.୬ କିଲୋଗ୍ରାମ୍ । ଦ୍ୱିତୀୟ ସ୍ଥାନରେ ଅଷ୍ଟ୍ରେଲୀୟମାନେ ଅଛନ୍ତି(୯୪.୬୧ କିଲୋ) । ତଳକୁ ତଳ ଅଛନ୍ତି ଆର୍ଜେଣ୍ଟିନିଆନ୍‌(୯୧.୪୦ କିଲୋ), ଉରୁଗ୍ୱେଆନ୍ (୮୧.୦୪ କିଲୋ), ଇଜ୍ରାଏଲୀ (୮୦.୩୫ କିଲୋ), ବ୍ରାଜିଲିଆନ୍ (୭୮.୬୦ କିଲୋ), ନିଉ ଜିଲାଣ୍ଟିଆନ୍ (୭୨.୧୪ କିଲୋ), ଚିଲିଆନ୍ (୭୧.୯୭ କିଲୋ), କାନାଡିଆନ୍ (୬୯.୯୯ କିଲୋ) । ଏସିଆ ମହାଦେଶରେ ଆରବୀମାନେ ମାଂସ ଭୋଜନରେ ଆଗୁଆ(୫୪.୦୫ କିଲୋ) । ଆମ ଦେଶରେ ବାର୍ଷିକ ମୁଣ୍ଡ ପିଛା ହାରାହାରି ମାଂସ ଭୋଜନର ପରିମାଣ ୩.୧୬ କିଲୋଗ୍ରାମ୍ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ