ମାଓବାଦୀଙ୍କ ବର୍ବରତା, ଗ୍ରାମରକ୍ଷୀକୁ ନିର୍ମମ ହତ୍ୟା

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନାର ଟିକରପଧଡ଼ା ଗାଁରେ ମାଓବାଦୀମାନେ ଗ୍ରାମରକ୍ଷୀକୁ ନିର୍ମମ ହତ୍ୟା କରିଛନ୍ତି । ଗତ ରାତିରେ ଇନଫର୍ମର ସନ୍ଦେହରେ ଜଣେ ଗ୍ରାମରକ୍ଷୀକୁ ମାଓବାଦୀ ହତ୍ୟା କରିଛନ୍ତି। ଗ୍ରାମରକ୍ଷୀ ହେଲେ ସନ୍ତୋଷ ଦଣ୍ଡସେନା। ହତ୍ୟା ପରେ ମୃତଦେହ ନିକଟରେ ପୋଷ୍ଟର ମଧ୍ୟ ଛାଡି ଯାଇଛନ୍ତି। ବାଶଧାରା- ଘୁମୁସର- ନାଗାବଳି ଡିଭିଜିନାଲ କମିଟି ତରଫରୁ ଏହି ପୋଷ୍ଟର ଛଡାଯାଇଛି। ଏହି ପୋଷ୍ଟରରେ ଲେଖାଯାଇଛି ଯେ, ଆଗରୁ ସନ୍ତୋଷକୁ ବହୁବାର ତାଗିତ କରାଯାଇଥିଲା। ତଥାପି ସନ୍ତୋଷ ଇନଫରମର ସାଜିଥିଲେ ଓ ଅଞ୍ଚଳର କିଛି ଯୁବକଙ୍କୁ ଟଙ୍କା ଲୋଭ ଦେଖାଇ ଇନଫରମର ତିଆରି କରିବାରେ ମୁଖ୍ୟ ଭୂମିକା ସାଜିଥିଲେ। ତେଣୁ ସନ୍ତୋଷଙ୍କୁ ହତ୍ୟା କରାଯାଇଛି । ଅନ୍ୟମାନେ ଯଦି କ୍ଷମା ନ ମାଗନ୍ତି ତେବେ ସେମାନଙ୍କୁ ମଧ୍ୟ ସନ୍ତୋଷ ଭଳି ଶାସ୍ତି ଦିଆଯିବ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି । ଗତକାଲି ରାତି ପ୍ରାୟ ୧୦ଟାରେ ମାଓବାଦୀମାନେ ଆସି ସନ୍ତୋଷକୁ ଡାକିନେଇ ଗାଁଠୁ ୫୦ ମିଟର ଦୁରରେ ହତ୍ୟା କରିଥିବା ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ