ପୁଣି ଚର୍ଚ୍ଚାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ
ବ୍ରହ୍ମପୁର, (ଅନିଲ କୁମାର):ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଇଂରାଜୀ ବିଭାଗ ପୁଣି ଥରେ ଚର୍ଚ୍ଚାରେ। ଏହି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଅନୀଲ କୁମାର ତିରିୟାଙ୍କୁ ତାଙ୍କ ପତ୍ନୀଙ୍କ ମାଡ଼ ଭିଡ଼ିଓ ଭାଇରାଲ। ଗତକାଲି ଦିନ ପ୍ରାୟ ସାଢ଼େ୧୧ଟା ସମୟରେ ଇଂରାଜୀ ବିଭାଗର ଅଧ୍ୟାପକ ତିରିଆ ନିଜ ଚାମ୍ବରରେ ବସିଥିବା ବେଳେ ତାଙ୍କ ପତ୍ନୀ ପ୍ରାୟ ୧୧:୫୦ ସମୟରେ ଆସି ପାଟି ତୁଣ୍ଡ କରିବା ସହ ରୁମରେ ପଶି ଭିତର ପଟୁ କବାଟ ଦେଇଦେଲେ। ପ୍ରାୟ ଅଧା ଘଣ୍ଟା ସମୟ ଧରି ପାଟି ତୁଣ୍ଡ ସହ ମାଡ଼ ମାରିଥିଲେ।ଏହା ଜାଣି କିଛି ଅଧ୍ୟାପକ ଅଧ୍ୟାପିକା ପାଟି ଶୁଣି କବାଟ ଖୋଲିବା ପାଇଁ କବାଟ ବାଡ଼େଇ ଥିଲେ । କବାଟ ନ ଖୋଲିବାରୁ କିଛି କର୍ମଚାରୀ ଏବଂ ନିରାପତ୍ତା ଅଧିକାରୀଙ୍କୁ ଘଟଣା ନେଇ ଜଣାଇଥିଲେ । କେତେକ କର୍ମଚାରୀ ସେଠାରେ ପହଞ୍ଚି କବାଟ ବାଡେଇବା ପରେ ନ ଖୋଲିବାରୁ ରୁମର ଭେଂଟଲେସନ ପଟୁ ଦେଖିବା ବେଳେ ଜଣେ ମହିଳା ଅଧ୍ୟାପକ ତିରିୟାଙ୍କୁ ଚପଲରେ ମାଡ଼ ମାରୁଥିବା ଦେଖିବାକୁ ମିଳିଥିଲା । କିଛି ସମୟ ପରେ ଉକ୍ତ କୋଠରୀର କବାଟ ଖୋଲା ଯାଇଥିଲା । କବାଟ ଖୋଲିବା ପରେ ଜଣାପଡିଲା ଯେ ମହିଳା ଜଣକ ତାଙ୍କର ଧର୍ମ ପତ୍ନୀ ବୋଲି । ଉଭୟଙ୍କୁ ବୁଝା ସୁଝା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଏଭଳି ଘଟଣା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପ୍ରଥମ ଘଟଣା ବୋଲି ଶୁଣିବାକୁ ମିଳୁଛି । ଘରୋଇ କଳି ଏତେ ଅଧିକ ହୋଇଯାଇଥିଲା ଯେ ସେ କ୍ଳାସ ଭିତରକୁ ଆସି ଚପଲରେ ପିଟିବା ଘଟଣାକୁ ବିଶ୍ୱାସ କରିପାରୁନାହାନ୍ତି। ତେବେ ଅନ୍ୟ କିଛି କାରଣ ରହିଥାଇପାରେ ବୋଲି ଶୁଣିବାକୁ ମିଳୁଛି। ତେବେ ଏନେଇ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ କିମ୍ବା ଥାନାରେ କୌଣସି ଅଭିଯୋଗ ହୋଇନାହିଁ। ଅନ୍ୟପକ୍ଷରେ ପୂର୍ବରୁ ଏହି ବିଭାଗର ଆଉ ଜଣେ ଆସୋସିଏଟ ପ୍ରଫେସର ଟି ଈଶ୍ୱର ରାଓ ଜଣେ ବିଭାଗୀୟ ଛାତ୍ରୀଙ୍କୁ ପ୍ରେମ ନିବେଦନ କରିବା ଅଡିଓ ମଧ୍ୟ ଭାଇରାଲ ହୋଇଥିଲା।ଏବେ ଉକ୍ତ ମାମଲା ବିଶ୍ୱବିଦ୍ୟାଳୟରେ ବିଚାରାଧୀନ ରହିଛି।


