ମାଟିଲଗ୍ନା ସାହିତ୍ୟ ସଂସଦର ଗଞ୍ଜାମ ଜିଲ୍ଲା କମିଟି ଗଠିତ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ମାଟିଲଗ୍ନା ସାହିତ୍ୟ ସଂସଦ ମାଲକାନଗରି ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ଶ୍ରୀ କିଶୋର ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ଗଢିଉଠିଥିବା ଏକ ଅଗ୍ରଣୀ ରାଜ୍ୟସ୍ତରୀୟ ସାହିତ୍ୟ ଅନୁଷ୍ଠାନ | ଏହା ବରିଷ୍ଠ, କନିଷ୍ଠ, ପ୍ରବୀଣ, ନବୀନ ତଥା ଯୁବବର୍ଗଙ୍କୁ ଅଗ୍ରାଧିକାର ଦେଉଥିବା ଏକ ବିରଳ ସାହିତ୍ୟ ଅନୁଷ୍ଠାନ | ଅଦ୍ୟାବଧି ସାରା ଓଡିଶା ରୁ ୬୫୦ ରୁ ଉର୍ଦ୍ଧ ସାହିତ୍ୟିକଙ୍କୁ ନେଇ ଏହା ନିଜର କାର୍ଯ୍ୟକ୍ରମ ମାନ ସଗୌରବେ ଆୟୋଜନ କରିଚାଲିଛି | ଓଡିଶାର ପ୍ରତି ଜିଲ୍ଲା ପରି ଗଞ୍ଜାମ ଜିଲ୍ଲାରେ ମଧ୍ୟ ନୂତନ କାର୍ଯ୍ୟକାରିଣୀ କମିଟି ଗଠିତ ହୋଇଯାଇଛି | ଏହି ନବ ଗଠିତ କମିଟିରେ ଜିଲ୍ଲା ସଭାପତି ରୂପେ ଇଂ ବିଚିତ୍ରାନନ୍ଦ ମୁନୀ, ଉପସଭାପତି ରୂପେ ଶିକ୍ଷାବିତ୍ ତ୍ରିନାଥ ବେହେରା ଓ ଆଇନଜୀବୀ ସୁରେନ୍ଦ୍ର ପାଣିଗ୍ରାହୀଙ୍କୁ ମନୋନୀତ କରାଯାଇଛି | ସେହିପରି ସାଧାରଣ ସଂପାଦକ ରୂପେ ଶିକ୍ଷାବିତ୍ ଶ୍ରୀ ସନ୍ତୋଷ କୁମାର ଜେନା, ଯୁଗ୍ମ ସମ୍ପାଦକ ରୂପେ ଶିକ୍ଷାବିତ୍ ଶ୍ରୀ ଗୋପାଳ ପାତ୍ର,କୋଷାଧ୍ୟକ୍ଷ ରୂପେ କବି ସିମାଞ୍ଚଳ ପଣ୍ଡା ,ସଂଗଠନ ସମ୍ପାଦକ ରୂପେ ଶିକ୍ଷାବିତ୍ ଅଜିତ କୁମାର ମୁନୀ,ମହିଳା ସଭାନେତ୍ରୀ ରୂପେ ଶିକ୍ଷାବିତ୍ ନଳିନୀ ପ୍ରଭା ମିଶ୍ର,ମହିଳା ସମ୍ପାଦିକା ରୂପେ ଶିକ୍ଷାବିତ୍ ସୁଜାତାରାଣୀ ଶତପଥୀ,ମହିଳା କୋଷାଧ୍ୟକ୍ଷ ରୂପେ କବୀ ଶାନ୍ତିଲତା ସେଠୀଙ୍କୁ ମନୋନୀତ କରାଯାଇଛି | ପରିଚାଳନା କମିଟି ବୃନ୍ଦ ରେ ରହିଛନ୍ତି ଅଧ୍ୟାପକ ଦୁର୍ଗାମାଧବ ଦାସ , ଅଧ୍ୟାପିକା ସୁଜାତା ସିଂ,କବୀ ପ୍ରଶାନ୍ତମୟୀ ରଥ ,କବି କାହ୍ନୁଚରଣ ମହାରଣା ,କବି ଚିତ୍ତରଞ୍ଜନ ଦାସ ,କବି ଶିଶିର ସ୍ୱାଇଁ ,କବୀ ରଂଜିତା ପତି, ଶିକ୍ଷାବିତ୍ ମନୁନନ୍ଦ ପତି, ଶିଶୁ କବି ଶଙ୍କର୍ଷଣ ତ୍ରିପାଠୀ ,ଅଧ୍ୟାପକ ଡ଼ଃ. ଅଶୋକ କୁମାର ଷଡ଼ଙ୍ଗୀ , କବୟିତ୍ରୀ ପ୍ରଭାତୀ ମଞ୍ଜରୀ ବେହେରା,ଉପଦେଷ୍ଟା ମଣ୍ଡଳୀ ରେ ରହିଛନ୍ତି ଡ଼ଃ. ଅନନ୍ତରାମ କର କବି ଓ ଶିକ୍ଷାବିତ୍,ସରୋଜକାନ୍ତ ରଥ କବି ଓ ଶିକ୍ଷାବିତ୍, ଡ଼ା. ହୃଷିକେଶ ମହାନ୍ତି, ବରିଷ୍ଠ ସାମ୍ବାଦିକ ଶ୍ରୀ ଅମୁଲ୍ୟ କୁମାର ଦାସ, କବି ଶିକ୍ଷାବିତ୍ ଶ୍ରୀ ମନୋଜ କୁମାର ମୁନୀ ବରିଷ୍ଠ ସାମ୍ବାଦିକ ଏହି ସମସ୍ତ ମନୋନୀତ କାର୍ଯ୍ୟକର୍ତ୍ତା ଗଣଙ୍କୁ ମାଟିଲଗ୍ନା ରାଜ୍ୟ ସାହିତ୍ୟ ସଂସଦର ସଂପାଦକ ଦୀନବନ୍ଧୁ ବେଜପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି | ରାଜ୍ୟ ସଂଯୋଜକ ପ୍ରେମାନନ୍ଦ ବେହେରା ଓ ରାଜ୍ୟ ଉପସଂଯୋଜକ ଲଳିତ ମୋହନ ସ୍ବାଇଁ ନବଗଠିତ କମିଟିର ସମସ୍ତ ସଦସ୍ୟ ସଦସ୍ୟାଙ୍କୁ ସ୍ବାଗତ କରିବା ସହ କିପରି ସଂଗଠନକୁ ଅଧିକ ମଜବୁତ କରି ଓଡିଶାର କୋଣ ଅନୁକୋଣରୁ ସାହିତ୍ୟ ସାଧକଙ୍କୁ ଚିହ୍ନଟ କରିବା ଓ ତାଙ୍କରି ସାରସ୍ଵତ କୃତୀ ଗୁଡିକୁ ଲୋକ ଲୋଚନକୁ ଆଣି ଓଡିଆ ସାହିତ୍ୟ ର ଶ୍ରୀବୃଦ୍ଧି କରିବା ସେ ଉପରେ ଗୁରୁତ୍ବାରୋପ କରିଥିଲେ | ଶେଷରେ କମିଟିର ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରାଯାଇଥିଲା ଓ ଧନ୍ୟବାଦ ଅର୍ପଣ କରାଯାଇଥିଲା


