ମାଟ୍ରିକ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଲେ ବିକାଶ

କୋଦଳା, (ଗୁଲସନ କୁମାର କର) :-ଗଞ୍ଜାମ ଜିଲ୍ଲାର ବେଗୁନିଆପଡା ବ୍ଲକ ସାନଉସ୍ତାପଡା ପଞ୍ଚାୟତ କେ. ରାଣୀପଡ଼ା ଗ୍ରାମର ବିକାଶ ସାହୁଙ୍କ ବାପାଙ୍କ ଦେହାନ୍ତ ପରେ ଘର ଚଳିବା ବହୁତ କଷ୍ଟ ହୋଇ ପଡ଼ିଲା । ବିକାଶ ଅର୍ଥ ଅଭାବରୁ ଛୋଟିଆ ଟଲି ରେ ଫାଷ୍ଟଫୁଡ ବିକ୍ରି କରି ବହୁତ୍ କଷ୍ଟରେ ଦୁଇ ଭଉଣୀ କୁ ପଢେଇବା ସହିତ ନିଜେ ପାଠ ପଡୁଥିଲା । ଏହି ଖବର ବିପଦର ବନ୍ଧୁ ଓଡ଼ିଶା ସଙ୍ଗଠନ ପାଖରେ ପହଞ୍ଚିବା ପରେ ଆଜିକୁ ପ୍ରାୟ ଦୁଇ ବର୍ଷ ହେବ ସଙ୍ଗଠନ ତରଫରୁ ବିକାଶର ସମ୍ପୂର୍ଣ୍ଣ ପାଠ ପଢା ଦାୟିତ୍ଵ ନିଆ ଯାଇ ଥିଲା । ଆଜି ବିକାଶ ଦଶମ ପରୀକ୍ଷା ରେ ୫୩୨ ନମ୍ବର୍ (୮୮%) ରଖିଛନ୍ତି । ଏହି ସଫଳତା ର ପ୍ରଥମ ଶ୍ରେୟ ସେ ତାଙ୍କ ଶିକ୍ଷକ ବିପଦର ବନ୍ଧୁ ଓଡ଼ିଶା ସଙ୍ଗଠନର ସଦସ୍ୟ ଗୌରହରି ପୋଲାଇ ଏବଂ ବିପଦର ବନ୍ଧୁ ଓଡ଼ିଶା ସଙ୍ଗଠନ ର ସମସ୍ତ ସଦସ୍ୟ ଙ୍କୁ ଦେଇଛନ୍ତି । ଯୁକ୍ତ ଦୁଇ ପଢା ଖର୍ଚ୍ଚ ମଧ୍ୟ ସଙ୍ଗଠନ ବିପଦର ବନ୍ଧୁ ପକ୍ଷରୁ ବହନ କରାଯିବ ବୋଲି ମଧ୍ୟ ପ୍ରତିଶ୍ରୁତି ଦିଆ ଯାଇଛି।ସେ ଆଗକୁ ଜଣେ ଡ଼ାକ୍ତର ହେବେ ବୋଲି ଆଶା ରଖିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ