ମାରଣାସ୍ତ୍ର ଦେଖାଇ କଳାକନା ବୁଲାଇଲେ ଦୁର୍ବୃତ୍ତ
ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ଥାନା ଅନ୍ତର୍ଗତ ବଡମାଧପୁର ନିକଟସ୍ଥ ୩ ନମ୍ବର ପିଏଚଡ଼ି ଠାରେ ଶନିବାର ସନ୍ଧ୍ୟା ୭ ଘଣ୍ଟ ୩୦ ମିନିଟ ସମୟରେ ବଡମାଧପୁରର ପ୍ରଦୀପ କୁମାର ପଣ୍ଡାଙ୍କ ଘରେ ତିନି ଜଣ ଦୁର୍ବୁତ୍ତ ବିଭିନ୍ନ ମାରଣାସ୍ତ୍ର ଦେଖାଇ ଘରେ ପଶି କଳାକନା ବୁଲାଇ ଚାଲିଯାଇଛନ୍ତି। ଘରେ ପୁଅ ଓ ସ୍ତ୍ରୀ ଥିବାର ଦେଖି ପିସ୍ତଲ ଓ ଖଣ୍ଡା ଦେଖାଇ ୧୦ ହଜାର ଟଙ୍କା, ଦୁଇଟି ମୋବାଇଲ ସହ ମଙ୍ଗଳସୂତ୍ର ଛିଡାଇ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି। ଦୁର୍ବୁତ୍ତ ମାନେ ଏକ କଳା ପଲସର ବାଇକରେ ଆସିଥିବା କହିଛନ୍ତି ପ୍ରଦୀପ ପଣ୍ଡାଙ୍କ ସ୍ତ୍ରୀ। ଏନେଇ ଖବର ପାଇ ଛତ୍ରପୁର ପୋଲିସ ଘଟଣାସ୍ଥଳରେ ପହଂଚି ଛତ୍ରପୁର ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନ ଓ ଏସ୍ଆଇ ସିଲୁ ଧଳ ଛାନ୍ ଭିନ୍ ଆରମ୍ଭ କରିଛନ୍ତି।