ମାରଦା ମନ୍ଦିରର ଦୈନିକ ପୂଜାର୍ଚ୍ଚନା ପାଇଁ ସ୍ଥାୟୀ ପାଣ୍ଠି ଯୋଗାଯାଉ।
ପୋଲସରା, (ଅନିଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବ୍ଲକର ମଥୁରା ଗ୍ରାମର ଐତିହାସିକ ସ୍ଥାନ ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିରର ଆଜକୁ ପ୍ରାୟ ୨୯୧ ବର୍ଷ ପୂର୍ବେ ଡିସେମ୍ବର ୨୯ ତାରିଖ ଦିନ ପ୍ରତିଷ୍ଠିତ ହୋଇଥିଲା। ମୁସଲମାନ ଶାସକଙ୍କ ଶ୍ରୀମନ୍ଦିର ଆକ୍ରମଣ କରିବା ବେଳେ ଆଠଗଡ ରାଜା ଶ୍ରୀ ଜଗନ୍ନାଥ ହରିଚନ୍ଦନ ଜଗଦ୍ଦେବ ଦୁଇ ମାସ ମଧ୍ୟରେ ମାରଦା ମନ୍ଦିର ଜଙ୍ଗଲ ମଧ୍ୟରେ ନିର୍ମାଣ କରି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ୧୭୩୩ ମସିହା ଡିସେମ୍ବର ୨୯ ତାରିଖ ଦିନ ମାରଦା ମନ୍ଦିରରେ ଗୁପ୍ତରେ ରଖି ନୀତି ନିୟମ ପ୍ରକାରେ ପ୍ରତିଦିନ ପୂଜାର୍ଚ୍ଚନା କରୁଥିଲେ। ସେହିପରି ପୁରୀ ଗଜପତି ମହାରାଜା ଦ୍ଵିତୀୟ ରାମଚନ୍ଦ୍ର ଦେବ ଓ ରାଜା ପରିବାରଙ୍କୁ ପାଣ୍ଡିରୀପଡା ଠାରେ ଭୂଗର୍ଭରେ ଥିବା ଗୁପ୍ତ ଗଡରେ ଆଶ୍ରୟ ଦେଇ ନିରାପଦରେ ରଖିବା ଦ୍ୱରା ଶତୃମାନେ ଏହାର ସନ୍ଧାନ ପାଇବାରେ ବିଫଳ ହୋଇଥିଲେ। ଚତୁର୍ଦ୍ଧାମୂର୍ତ୍ତିଙ୍କ ସହ ପୁରୀ ଗଜପତି ମହାରାଜାଙ୍କୁ ଆଠଗଡ଼ ରାଜା ଶରଣ ଦେଇଥିବା ଯୋଗୁଁ ମାରଦା ମନ୍ଦିର ଶରଣ ଶ୍ରୀକ୍ଷେତ୍ର ନାମରେ ନାମିତ ହୋଇଛି। ୧୭୩୬ ଏପ୍ରିଲ ୨୮ ତାରିଖ ପଯ୍ୟନ୍ତ ୨୯ ମାସ ଧରି ଜଗତରନାଥ ଜଗନ୍ନାଥ ମାରଦା ମନ୍ଦିରରେ ରହିବା ପରେ ପୁଣି ଶ୍ରୀମନ୍ଦିରକୁ ଫେରିଥିଲେ। ବର୍ତ୍ତମାନ ମାରଦା ମନ୍ଦିରରେ କୌଣସି ବିଗ୍ରହ ନଥିବା ବେଳେ ମନ୍ଦିର ଗର୍ଭରେ ଯେଉଁ ତିନିଟି ଚକା ବଇଠି ଉପରେ ତିନି ଠାକୁର ସିଂହାସନ ରୂଢ଼ ଥିଲେ ତାହା ପୂଜା ପାଉଛନ୍ତି। ଦୁଃଖର ବିଷୟ ଜଗନ୍ନାଥଙ୍କୁ ଯେଉଁ ମାରଦା ମନ୍ଦିର ଗୁପ୍ତରେ ରଖି ଗଞ୍ଜାମ ଜିଲ୍ଲା ପାଇଁ ଗୌରବ ଆଣି ପାରିଛି, ସେହି ମନ୍ଦିରରେ ଦୈନିକ ପୂଜାର୍ଚ୍ଚନା ପାଇଁ ସ୍ଥାୟୀ ପାଣ୍ଠି ନଥିବାରୁ ହାତ ପତେଇବାକୁ ପଡୁଛି।ପ୍ରଥମେ କିଛିବର୍ଷ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଦୈନିକ ଏକ ଶହ ଟଙ୍କା ପୂଜାର୍ଚ୍ଚନା କରିବା ପାଇଁ ଅନୁଦାନ ଦେଉଥିଲେ ମଧ୍ୟ କୌଣସି କାରଣ ନଦର୍ଶାଇ ସେହି ଅନୁଦାନ ବନ୍ଦ କରିଦେଲେ। ମାରଦା ମନ୍ଦିରର ପରିଚାଳନା କମିଟିର ସଭାପତି ଭାବେ ଗଞ୍ଜାମ ଜିଲ୍ଲାପାଳ ରହିଥିବା ବେଳେ ପୋଲସରା ବିଡ଼ିଓ ସମ୍ପାଦକ ଭାବେ ରହିଛନ୍ତି। କିଛିବର୍ଷ ପୂର୍ବେ ପ୍�


