ମାରିଦେଲେ କି ମଦ ମାଫିଆ ?

ହାଟଡ଼ିହି, (ବିକାଶ ବିଶ୍ୱାଳ ) : କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅଧିନସ୍ଥ ଦନେଇପୁର ମାହାଲିସାହି ଗାଁ ନିକଟରୁ ଜଣେ ବ୍ଯକ୍ତି ଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି। ମୃତବ୍ଯକ୍ତି ଜଣକ ସ୍ଥାନିୟ ନିଉଦାନି ଗାଁ ର ହିମାଂଶୁ ପାତ୍ର ବୋଲି ପରିବାର ଲୋକେ ଚିହ୍ନଟ କରିଛନ୍ତି। ହିମାଂଶୁ ଗତକାଲି ଅପରାହ୍ନ ୪ଟା ସମୟରୁ ଘରୁ ବାହାରି ଆସି ଆଉ ଘର କୁ ଫେରିନଥିଲେ। ଆଜି ସକାଳୁ ସକାଳୁ ତାଙ୍କ ମୃତଦେହ ଦନେଇପୁର ଗାଁ ମାହାଲିସାହି ନିକଟରେ ପଡିଥିବା ଦେଖିବାକୁ ମିଳିଥିଲା। ତାଙ୍କ ମୁଣ୍ଡ ଓ ଅଣ୍ଡକୋଷ ରେ କ୍ଷତ ହୋଇଥିବାରୁ କେହି ତାଙ୍କୁ ହତ୍ୟା କରିଥିବା ଗ୍ରାମବାସୀ ମାନେ ସନ୍ଦେହ କରୁଛନ୍ତି। ଅନ୍ୟପଟେ ସ୍ଥାନୀୟ ଅଞ୍ଚଳରେ ଦେଶୀ ମଦ କାରବାର ବଢିବାକୁ ଲାଗିଥିବା ବେଳେ ମଦ ମାଫିଆ ମାନେ କୌଣସି କାରଣ କୁ ନେଇ ହିମାଂଶୁ ଙ୍କୁ ହତ୍ୟା କରିଥାଇ ପାରନ୍ତି ବୋଲି ସନ୍ଦେହ ହେଉଛି ବୋଲି ପୂର୍ବତନ ସରପଞ୍ଚ ବୈଲୋଚନ ନାୟକ କହିଛନ୍ତି । ଏଠାକୁ ପ୍ରତିଦିନ ଶହ ଶହ ଲୋକ ମଦ ପିଇବାକୁ ଆସୁଥିବା ବେଳେ ମଦ ମାଫିଆଙ୍କ ସହ ଅନେକ ସମୟରେ ପାଟିତୁଣ୍ଡ ହୋଇଥାଏ। ମୃତଦେହ ନିକଟରେ ଗୋଟିଏ ଦାଆ ଓ ଗୋଟିଏ ଠେଙ୍ଗା ପଡ଼ିଥିବା ବେଳେ ହତ୍ୟାକାରୀ ମାନେ ତାଙ୍କୁ ଅନ୍ୟତ୍ର ହତ୍ୟାକରୀ ଏଠାରେ ଫିଙ୍ଗି ଦେଇଥିବା ଗ୍ରାମବାସୀ ସନ୍ଦେହ କରୁଛନ୍ତି।ଖବରପାଇ ସୋସୋ ଥାନା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସାଇଣ୍ଟିଫିକ ଟିମ ଆସି ପହଂଚିବା ପରେ ପୁଲିସ ଶବକୁ ଜବଦ କରି ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଉପଖଣ୍ଡ ଡାକ୍ତର ଖାନାକୁ ପଠାଇବା ବେଳେ ହଜାରେ ରୁ ଉର୍ଦ୍ଧ୍ବ ଲୋକ ଶବକୁ ଅଟକାଇ ରାସ୍ତା ରୋକ କରିଛନ୍ତି। । ଗତ କିଛିଦିନ ଭିତରେ ସୋ ସୋ ଥାନା ଅଞ୍ଚଳରେ ଚାରି ଚାରିଟି ହତ୍ୟାକାଣ୍ଡ ଘଟିବା ପୁଲିସ ପାଇଁ ଚିନ୍ତାର କାରଣ ପାଲଟିଛି। ଗତ ମାସକ ତଳେ କେ ବାଲି ପାଳ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ଓ ତାଙ୍କ ସ୍ୱାମୀଙ୍କୁ ଜଘନ୍ୟ ହତ୍ୟା, ଗତ ମଙ୍ଗଳବାର ରାତିରେ ସରଳାପଶି ଗ୍ରାମର ଜଣେ ବୃଦ୍ଧା ଙ୍କୁ ତାର ନାତି ପିଟି ପିଟି ହତ୍ୟା ପରେ ଆଜିର ଏହି ହତ୍ୟାକାଣ୍ଡ ପୁଲିସ ପାଇଁ ଚିନ୍ତାର କାରଣ ପାଲଟିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ