ମାର୍ଚ୍ଚ ୩ ରୁ ଯୁକ୍ତ ଦୁଇ ପରୀକ୍ଷା

ମାର୍ଚ୍ଚ ୩ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ଯୁକ୍ତ୨ ପରୀକ୍ଷା ପାଇଁ ୨୦୨ଟି ପରୀକ୍ଷା ପରିଚାଳନା ହବ୍(ଇଏମ୍ଏଚ୍) ପ୍ରତିଷ୍ଠା ହୋଇଛି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୬ଟି ଇଏମ୍ଏଚ୍ ହୋଇଥିବା ବେଳେ କଟକରେ ୧୪, ଖୋର୍ଧାରେ ୧୨, ବାଲେଶ୍ବରରେ ୧୧ଟି ହବ୍ ହୋଇଛି। ୨୦୧ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ)ରେ ହବ୍ ହୋଇଛି। ରାୟଗଡ଼ା ଜିଲ୍ଲାର କାଶିପୁରସ୍ଥିତ ସବ୍-ଟ୍ରେଜେରି ଅଫିସ୍ରେ ଅନ୍ୟ ହବ୍ଟି କରାଯାଇଛି। ପରିଷଦ ପକ୍ଷରୁ କୁହାଯାଇଛି ଯେ ଯେଉଁଠାରେ ଇଏମ୍ଏଚ୍ ହେବ ସେଠାକାର ଅଧ୍ୟକ୍ଷ ଏହାର ସୁପରଭାଇଜର ରହିବେ। ହବ୍ର ସୁପରଭାଇଜରଙ୍କ ପୁଅ, ଝିଅ, ସ୍ବାମୀ, ସ୍ତ୍ରୀ, ଭାଇ, ଉଉଣୀ, ବାପା, ମା\’ ଏହି ପରୀକ୍ଷାରେ ସାମିଲ ହୋଇ ନଥିବା ଆବଶ୍ୟକ। ପରିଷଦ ପକ୍ଷରୁ ଯଦି କୌଣସି ବ୍ୟକ୍ତିଙ୍କୁ ପରୀକ୍ଷା ସମ୍ପର୍କିତ କାର‌୍ୟ୍ୟରେ ନିୟୋଜିତ କରାଯାଇଥିବ ସେ ହବ୍ ସୁପରଭାଇଜର, ଡେପୁଟି ସୁପରଭାଇଜର, ଅବ୍ଜରଭର, ଇଏମ୍ଏଚ୍ ଆସିଷ୍ଟାଣ୍ଟ ଆଦି ହୋଇପାରିବେ ନାହିଁ। ଏକ୍ଷେତ୍ରରେ ଅଧ୍ୟକ୍ଷମାନେ କଲେଜର ଜଣେ ବରିଷ୍ଠ ଟିଚିଂ ଷ୍ଟାଫ୍ଙ୍କୁ ନିୟୋଜିତ କରିପାରିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ