ମାଲକାନଗିରି ଜିଲ୍ଲା ପୋଲିସ କୁ ଆଉ ଏକ ସଫଳତା
ଚିତ୍ରକୋଣ୍ଡା, (ବିମଳ କିଶୋରେ ମିଶ୍ର):ମାଲକାନଗିରି ଜିଲ୍ଲା ପୋଲିସ କୁ ଆଉ ଏକ ସଫଳତା ।ସ୍ୱଭିମାନ ଅଞ୍ଚଳରୁ ମାଟି ତଳୁ ଉଦ୍ଧାର କରିଛି ଅନେକ ମାଓ ସାମଗ୍ରୀ।ଗତକାଲି ରାତି ଏସଓଜି ଓ ଡିଭିଏଫ ପକ୍ଷରୁ ଯୋଡ଼ାଆମ୍ବ ଜଙ୍ଗଲରେ ଅପରେସନ କରାଯାଉ ଥିବା ବେଳେ ମାଟିତଳେ ମାଓ ସାମଗ୍ରୀ ଥିବାର ସୂଚନା ପାଇଥିଲେ ।ଗ୍ରାମବାସୀ ସହାୟତାରେ ମାଟି ଖୋଳି ମାଓବାଦୀଙ୍କ ସମସ୍ତ ସାମଗ୍ରୀ ଉଦ୍ଧାର କରିଥିଲେ।ସେଥିରେ ଗୋଟିଏ ବନ୍ଧୁକ ଗୋଟିଏ ପିସ୍ତଲ ପରି ୭୪ ପ୍ରକାର ମାଓ ସାମଗ୍ରୀ।ମାଓବାଦୀ ପୋଲିସ କୁ ଟାର୍ଗେଟ କରିବା ପାଇଁ ଏହି ସବୁ ସାମଗ୍ରୀ ମାଟି ତଳେ ପୋତି ଥିଲେ।


