ମା ବିଶ୍ୱତାରିଣୀ କଳାକାର ପରିଷଦର ନୁତନ କାର୍ଯ୍ୟକାରିଣୀ ବୈଠକ

ହାଟଡିହି (ଓ୍ବାଇଏନ୍ଏସ୍) : ମା ବିଶ୍ୱତାରିଣୀ କଳାକାର ପରିଷଦର ନୁତନ କର୍ମକର୍ତ୍ତା ଗଠନ ନେଇ କାର୍ଯ୍ୟକାରିଣୀ କମିଟିର ଏକ ଗୁରୁତ୍ୱପୁର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସତସଙ୍ଗ କେନ୍ଦ୍ରରେ ସାମାଜିକ ବ୍ୟବଧାନକୁ ଦୃଷ୍ଟିରେ ରଖି ଏହି ବୈଠକ କରାଯାଇଥିଲା । ବରିଷ୍ଠ କଳାକାର ଅଧିକାରୀ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ପୁର୍ବ କମିଟିକୁ ଭଙ୍ଗ କରାଯାଇ ନୁତନ କମିଟି ଗଠନ କରାଯାଇଥିଲା । ଏଥିରେ ସଭାପତି ଭାବେ ଅଧିକାରୀ ନାୟକ, କାର୍ଯ୍ୟକାରୀ ସଭାପତି ଭାବେ ଉପେନ୍ଦ୍ର ମିଶ୍ର, ଉପସଭାପତି ଭାବେ ଇଶ୍ୱର ଚନ୍ଦ୍ର ଦାସ, ସମ୍ପାଦକ ଭାବେ ବିଦ୍ୟାଧର କବି, ସହ ସମ୍ପାଦକ ଭାବେ ପର୍ଶୁରାମ ଦାସ, କୋଷାଧକ୍ଷ ଭାବେ ଅନନ୍ତ ନାରାୟଣ ପଣ୍ଡାଙ୍କୁ ଚୟନ କରାଯାଇଥିଲା । କାର୍ଯ୍ୟକାରୀ କମିଟିର ସଦସ୍ୟ ଭାବରେ କିଶୋର ଚନ୍ଦ୍ର ମହାନ୍ତି, ତପୋଧନ ଆୟଚ, ବିପିନି ବିହାରୀ ପାତ୍ର, କୁମୁଦୁନି ପଣ୍ଡା, ସନ୍ଧ୍ୟାରାଣୀ ପଣ୍ଡା, ସଦାଶିବ ବାରିକ, ପ୍ରତିମା ମହାକୁଡ, କାର୍ତ୍ତିକେଶ୍ୱର ଜେନା, ପ୍ରଭାକର ପାଣି, ରତ୍ନାକର ଦାସଙ୍କୁ ମନୋିତ କରାଯାଇଥିଲା ।

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ