ମା ମଙ୍ଗଳା ମନ୍ଦିର ପ୍ରଶାସନ ର ଅଜବ ନିୟମ। ଭକ୍ତଙ୍କୁ ପୂଜା ସାମଗ୍ରୀନେବା ମନା ଯୋଗୁଁ ତୀବ୍ର ପ୍ରତିକ୍ରିୟା

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କାକଟପୁର ର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳା ମନ୍ଦିର ରେ ଏବେ ଚାଲିଛି ଶାରଦୀୟ ପାର୍ବଣ ପୂଜା। ଏଥି ପାଇଁ ପ୍ରତିଦିନ ମନ୍ଦିର ରେ ଶ୍ରଦ୍ଧାଳୁ ଭକ୍ତମାନଙ୍କ ଭିଡ଼ ଲାଗୁଛି। ଏହି ସମୟ ରେ ମନ୍ଦିର ପ୍ରଶାସନ ଜାରି କରିଛି ଏକ ଅଲିଖିତ ନିର୍ଦ୍ଦେଶନାମା। ମନ୍ଦିର ଦ୍ଵାର ମୁହଁ ରେ ପ୍ରହରା ଦେଉଥିବା ସୁରକ୍ଷାକର୍ମୀ ଏବେ ପୁରା ଆଲଟ । କୌଣସି ଭକ୍ତ, ଯାତ୍ରୀ ସାଙ୍ଗରେ ମନ୍ଦିର କୁ ଭୋଗ ସାମଗ୍ରୀ, ଘିଅ ନେଇ ଯାଇ ପାରିବେନି। ମନ୍ଦିର ବେଢ଼ା ରେ ଥିବା ଦୀପ, ଭୋଗ ଦୋକାନ ରୁ ଭକ୍ତ, ଯାତ୍ରୀ ମାନେ ପୂଜା ସାମଗ୍ରୀ କିଣି ମା ଙ୍କୁ ଭୋଗ ଲାଗି କରିପାରିବେ। ମନ୍ଦିର ପ୍ରଶାସନ ର କହିବାକଥା ଯେ, ମନ୍ଦିର ବେଢ଼ାରେ ଥିବା ଭୋଗ ଓ ଦୀପ ଦୋକାନ ପାଇଁ ଲକ୍ଷ ଲକ୍ଷ ଟଙ୍କା ର ଟେଣ୍ଡର ହେଉଛି। ଭକ୍ତ ମାନେ ଘରୁ ଅଥବା ମନ୍ଦିର ବାହାରୁ ଭୋଗ, ପୂଜା ସାମଗ୍ରୀ କିଣି ନେଇ ଯାଉଥିବାରୁ ଟେଣ୍ଡର ନେଇଥିବା ବ୍ୟବସାୟୀ ଙ୍କ ର କ୍ଷତି ଘଟୁଛି। ତାଙ୍କ ପାଇଁ ମନ୍ଦିର ପ୍ରଶାସନ ଦେବୋତ୍ତର ବିଭାଗ ର ନିର୍ଦ୍ଦେଶ ଅନୁସାରେ ଏହି ନିୟମ ଲାଗୁ କରିଛନ୍ତି। ଘରୁ ନେଇ ଥିବା ଶୁଦ୍ଧ ଘିଅ ମା ଙ୍କ ସମ୍ମୁଖ ରେ ଜାଳିବାରୁ ଭକ୍ତ ଟିଏ ବଞ୍ଚିତ ହେଉଥିବାବେଳେ ନିଜ ଘରୁ ନେଇଥିବା ଫଳ ମୂଳ, ପୂଜା ସାମଗ୍ରୀ କୁ ଭକ୍ତ ମା ଙ୍କ ପାଖରେ ଭୋଗ ଲଗାଇ ପାରୁ ନଥିବାରୁ ମାତୃଭକ୍ତ, ଯାତ୍ରୀ ମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଭକ୍ତ ଆଉ ସୁରକ୍ଷାକର୍ମୀ ଙ୍କ ମଧ୍ୟରେ ବଚସା, ପାଟିତୁଣ୍ଡ ସବୁ ସମୟ ରେ ହେଉଛି। କିଛି ଭକ୍ତ ଘରୁ ନେଇଥିବା ଭୋଗ ସାମଗ୍ରୀ କୁ ସିଂହଦ୍ଵାର ସମ୍ମୁଖ ରେ ମା ଙ୍କୁ ନିଜ ହାତରେ ସମର୍ପଣ କରି ଦେଉଥିବା ବେଳେ ମୁଖ୍ୟ ରାସ୍ତା ଉପରେ ଘରୁ ନେଇ ଥିବା ଶୁଦ୍ଧ ଘିଅ ରେ ମା ଙ୍କ ଉଦ୍ଦେଶ୍ୟ ରେ ଦୀପ ଜଳାଉଥିବା ଦେଖିବାକୁ ମିଳୁଛି। ମନ୍ଦିର ପ୍ରଶାସନ ମନ୍ଦିର ବାହାରେ ଭୋଗ ସାମଗ୍ରୀ, ଦୀପ ବିକ୍ରୀ କରୁଥିବା ବ୍ୟବସାୟୀ ଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ପାରି ମାତୃଭକ୍ତ ଙ୍କ ଉପରେ କଟକଣା ଲଗାଉଥିବାରୁ ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି ଓ ମନ୍ଦିର ପ୍ରଶାସନ ର ନିଷ୍ପତ୍ତି କୁ ଘୋର ନିନ୍ଦା କରାଯାଇଛି। ଭକ୍ତ ଟିଏ କି କି ଭୋଗ କେଉଁଠୁ ମା ଙ୍କ ପାଇଁ ନେବ, ମା ଙ୍କ ପାଖରେ ଦୀପ ଟିଏ ଜାଳିବାକୁ ଘରୁ ଶୁଦ୍ଧ ଘିଅ ନେବ ତାର ନିଜର ଅଧିକାର ରହିଛି। ଭୋକ ବିକଳରେ ବ୍ୟବସାୟୀ ମାନଙ୍କୁ ଫାଇଦା ଦେବାକୁ ଯାଇ ମନ୍ଦିର ପ୍ରଶାସନ ଭକ୍ତ ମାନଙ୍କ ଅଧିକାର ଉପରେ ହସ୍ତକ୍ଷେପ କରିବା ଘଟଣା ସାଧାରଣ ରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। ମନ୍ଦିର ପ୍ରଶାସନ ପାଇଁ ଭକ୍ତ ଯାତ୍ରୀ ମାନେ ତିକ୍ତ ଅନୁଭୂତି ନେଇ ଫେରୁଛନ୍ତି । ଏହି ଘଟଣା ଉଦବେଗ ର ବିଷୟ ପାଲଟିଥିବାରୁ ତୁରନ୍ତ ଆଇନମନ୍ତ୍ରୀ ଓ ଦେବୋତ୍ତର କମିଶନ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ