ମିଥ୍ୟା ବିଲ ଓ ଆକ୍ରୋଶ ପଦକ୍ଷେପ ସମ୍ପୂର୍ଣ୍ଣ ଭୁଲ ଉପରେ ଆଧାରିତ

ବୁଗୁଡା,(ଅନିଲ କୁମାର ମହାରଣା):ଘୁମୁସର ଜିଲ୍ଲା ବିଜେପି ମିଡିଆ ସେଲ ପକ୍ଷରୁ ବୁଗୁଡା ବ୍ଲକ ପ୍ରଶାସନ ବିରୁଦ୍ଧରେ କୋଭିଡ ୧୯ ମୁକାବିଲା ପାଇଁ ସାମଗ୍ରୀ କିଣାରେ ମିଥ୍ୟା ବିଲ ଅଭିଯୋଗ ଓ ସରପଞ୍ଚଙ୍କ ଉପରେ ଆକ୍ରୋଶ ମୂଳକ ପଦକ୍ଷେପ ଅଭିଯୋଗ ଦୁଇଟି ସମ୍ପୂର୍ଣ୍ଣ ଭୁଲ ଉପରେ ଆଧାରିତ ବୋଲି ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର ପ୍ରକାଶ କରିଛନ୍ତି। ବୁଗୁଡା ପ୍ରେସ କ୍ଲବ ସାଧରଣ ସମ୍ପାଦକଙ୍କ ନିକଟକୁ ବୁଗୁଡା ବ୍ଲକ ପ୍ରଶାସନ ବିରୁଦ୍ଧରେ ଅଭିଯୋଗ ଥାଇ, ଘୁମୁସର ଜିଲ୍ଲା ବିଜେପି ମିଡିଆ ସେଲ ଲେଖାଥିବା ଏକ ଲେଖା ଜିଲ୍ଲା କାର୍ଯ୍ୟକାରୀ କମିଟି ସଭ୍ୟ ତ୍ରିଲୋଚନ ସାହୁ ହ୍ଵାଟ୍ସଆପରେ ପଠାଇଥିଲେ। ସେହି ଲେଖା ପାଇବା ପରେ ପ୍ରେସ କ୍ଲବ ସାଧାରଣ ସମ୍ପାଦକ ବୁଗୁଡା ବିଡ଼ିଓଙ୍କ ସହ ଅଭିଯୋଗ ବିଷୟରେ ଆଲୋଚନା କରିଥିଲେ। ବିଡ଼ିଓ ଶ୍ରୀ ପାତ୍ର ପ୍ରକାଶ କରିଥିଲେ ଯେ ସରକାରୀ ସଂସ୍ଥା ଆସିକା ସମବାୟ ଚିନି ଶିଳ୍ପ ଲିମିଟେଡ଼ ର ବିଲ ନମ୍ବର ୧/୨୦-୨୧ ତାରିଖ ୦୧/୪/୨୦ ପ୍ରକାରେ ୧୦୪୯୯୩ ଟଙ୍କା ପ୍ରଦାନକରି ୨୦୦ ଏମ୍ ଏଲ ର ୧୦୫୦ ଗୋଟି ସାନିଟାଇଜେର କ୍ରୟ କରାଯାଇ ବିଭିନ୍ନ ପଞ୍ଚାୟତକୁ ପ୍ରଦାନ କରାଯାଇଥିବା ବେଳେ ଏହା କିପରି ମିଥ୍ୟା ବିଲ ହେଲା ବୋଲି ପ୍ରଶ୍ନ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତି ପଞ୍ଚାୟତକୁ ଦେବାକୁ ଥିବା ଅନୁଦାନରୁ ସରପଞ୍ଚ ମାନେ ଏହି ଅର୍ଥ ପ୍ରଦାନ କରିବେ। ଆକ୍ରୋଶ ମୂଳକ ପଦକ୍ଷେପ ବିଷୟରେ କହିଲେ ଯେ ଗତ କାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ସରପଞ୍ଚ ବୃନ୍ଦଙ୍କ ଭିଡ଼ିଓ କନଫେରେନ୍ସ ପରେ ସରପଞ୍ଚ ମାନଙ୍କ ସହ ସେ ଏହି ବିଷୟ ନେଇ କଥା ହୋଇଥିବା ବେଳେ ଆକ୍ରୋଶ ମୂଳକ ପଦକ୍ଷେପ ଗ୍ରହଣ ଆସିଲା କେଉଁଠୁ ବୋଲି କହିଛନ୍ତି। ଯେଉଁ ଲେଖା ଭାଇରଲ ହୋଇଛି ସେଥିରେ ବିଜେପି ମିଡିଆ ସେଲ ଲେଖା ଯାଇଥିବା ବେଳେ ସେହି ବ୍ୟକ୍ତିଙ୍କ ନାମ ବା ଯୋଗାଯୋଗ ନମ୍ବର ନାହିଁ। ସେ ଯାହା ହେଲେବି ଲେଖିବା ପୂର୍ବରୁ ବୁଗୁଡା ବ୍ଲକର ପ୍ରଶାସକ ଭାବେ ମୋ ସହ ଆଲୋଚନା କରିଥିଲେ ଏହିପରି ମିଥ୍ୟା ଖବର ଭାଇରଲ ହୁଅନ୍ତା ନାହିଁ କିମ୍ବା କିଏ ସେ ମନ୍ଦ ଉଦ୍ଦେଶ୍ୟ ରଖି ଏହା ମିଥ୍ୟାରେ ଭାଇରଲ କରିଥାଇପରେ ବୋଲି ବିଡ଼ିଓ ଶ୍ରୀ ପାତ୍ର ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ