ମୁକ୍ତି ଲାଭ ଅପେକ୍ଷା ରେ କଣ୍ଢେଇ
ଚିକିଟି,(କୁରେଶୁ ସାହୁ): ଗୀତମ ମ୍ୟୁଜିକ କ୍ରିଏସନ୍’ ର ୟୁ ଟୁବ ଚେନଲରେ ଖୁବ୍ ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି ଏକ ସୁନ୍ଦର ସଙ୍ଗୀତ ଅଲବମ ର କୋହ ଭରା ପ୍ରଥମ ଗୀତ । ଯାହାର ଟାଇଟଲ ରଖାଯାଇଛି କଣ୍ଢେଇ । ଭିନ୍ନ ଭିନ୍ନ ସ୍ୱାଦ ର କିଛି ଗୀତ ସମୂହ କୁ ଲୋକଙ୍କ ପାଇଁ ଭେଟି ଦେଵ ଏହି ଆଲବମ ।ଚିକିଟି ଅଞ୍ଚଳ ର ଯୁବ ପ୍ରତିଭା ମାନଙ୍କ ନିଜସ୍ଵ ବିବେଚନା ରେ ଅଞ୍ଚଳ ବାସୀ ଙ୍କ ପାଇଁ ଭେଟିଦେବ ନବ ବର୍ଷର ନୂଆ ସଙ୍ଗୀତ । ଯାହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଯୁବ ସଙ୍ଗୀତ ନିର୍ଦ୍ଦେଶକ ରାଜେଶ କୁମାର ପ୍ରଧାନ ।ଗୀତର ଟାଇଟଲ ସଙ୍ଗକୁ ସେ ନିଜେ ଲେଖିଥିବା ବେଳେ ତାଙ୍କୁ ସେଥିରେ ସହଯୋଗ କରିଛନ୍ତି ଯୁବ ଗୀତିକାର ସୁବ୍ରତ କୁମାର ପ୍ରଧାନ । ସୁନାମଧନ୍ୟ ଗାୟିକା ଜୋତିର୍ମୟୀ ନାୟକ ଗୀତଟିରେ କଣ୍ଠଦାନ ଅତି ଚମତ୍କାର ହୋଇଥିବା ପ୍ରୋଡ଼କସନ ତରଫରୁ କୁହାଯାଇଛି । ଗୀତଟି ଏକ ସତ୍ୟ ପ୍ରେମ କାହାଣୀ ଉପରେ ଆଧାରିତ ଏବଂ ଶ୍ରୋତାଙ୍କ ମନକୁ ନିଶ୍ଚୟ ଛୁଇଁବ ବୋଲି ସଙ୍ଗୀତ ନିର୍ଦ୍ଦେଶକ ଆଶା ରଖିଛନ୍ତି । ଯୁବ ପୀଢ଼ି ଙ୍କ ଏହି ମନୋରଞ୍ଜନ ଭିତ୍ତିକ ପରିକଳ୍ପନା କୁ ବିଭିନ୍ନ ମହଲ ରୁ ପ୍ରଶଂସା ର ଛୁଅ ଛୁଟିଛି ।