ମୁଖ୍ୟମନ୍ତ୍ରୀଙ୍କ ଆଦିବାସୀ ମହିଳା ବର୍ଣ୍ଣ ବୈଷମ୍ୟ ମନ୍ତବ୍ୟକୁ ବିଜେଡିର ନିନ୍ଦା

ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର):ଭୁବନେଶ୍ୱର ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଦିବାସୀ ମହିଳାଙ୍କ ବର୍ଣ୍ଣ ବୈଷମ୍ୟକୁ ନେଇ ଦେଇଥିବା ମନ୍ତବ୍ୟକୁ ଘୋର ବିରୋଧ ଆରମ୍ଭ ହୋଇଛି। ଉକ୍ତ ବିବାଦୀୟ ମନ୍ତବ୍ୟକୁ ନେଇ ମୟୂରଭଞ୍ଜ ଜିଲ୍ଲା ବିଜେଡି ପ୍ରତିବାଦ କରି ବାରିପଦା ସ୍ଥିତ ବିଜୁ ଭବନରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ନିନ୍ଦା କରିଛନ୍ତି। ପ୍ରାକ୍ତନ ସାଂସଦ ତଥା ମନ୍ତ୍ରୀ ସରୋଜିନୀ ହେମ୍ବ୍ରମ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦାଃ ଦଳ ପକ୍ଷରୁ ପ୍ରତିବାଦ ଜଣାଇଛନ୍ତି। ମୟୂରଭଞ୍ଜ ମହୋତ୍ସବ ଉଦଘାଟନ ସଭାରେ ସର୍ବସମ୍ମୁଖରେ ମୁଖ୍ୟମନ୍ତ୍ରୀ ନିଜ ଲାଗି ଏକ ଶିକ୍ଷିତ ଓ ସଫା ଝିଅ ଖୋଜୁଥିଲେ। ହେଲେ ଆଦିବାସୀ ଝିଅ ମାନେ ସାଧାରଣତଃ ସଫା ନୁହଁନ୍ତି। ସୌଭାଗ୍ୟ ବଶତଃ ସେ ମୟୂରଭଞ୍ଜ ଜିଲ୍ଲାରେ ସେମିତି ଝିଅଟେ ପାଇ ବିବାହ କରିଛନ୍ତି। ଏଭଳି ମନ୍ତବ୍ୟକୁ ଆଦିବାସୀ ସମ୍ପ୍ରଦାୟ ପ୍ରତି ଏକ ବର୍ଣ୍ଣ ବୈଷମ୍ୟ ଭାବ ରଖି ମୁଖ୍ୟମନ୍ତ୍ରୀ ନିଜ ହୀନମନ୍ୟତାର ହୀନ ପରିଚୟ ଦେଇଛନ୍ତି। ଯାହାକି ଆଦିବାସୀ ସମ୍ପ୍ରଦାୟକୁ ଅପମାନ କରିଛନ୍ତି ବୋଲି ବିଜେଡି ସାମ୍ବାଦିକ ସମ୍ମିଳନୀ ଜରିଆରେ ଅଭିଯୋଗ କରିଛନ୍ତି। ବୁଧବାର ପୂର୍ବାହ୍ନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ତୀବ୍ର ନିନ୍ଦା କରିଛନ୍ତି। ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଏହି ବିବୃତିକୁ ନିନ୍ଦା କରିବା ସହିତ ଆଦିବାସୀ ମହିଳା ସମାଜକୁ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିବାର ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ