ମୁଖ୍ୟମନ୍ତ୍ରୀଙ୍କ ଚିଠି ଚିରିଲା ବିଜେପି

ହାଟଡିହି,(ବିକାଶ ବିଶ୍ୱାଳ ): ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ଉପରେ ବିଜୁପକକା ଘର ଷ୍ଟିକର ଲାଗଇବାକୁ ନେଇ ଭାରତୀୟ ଜନତାପାର୍ଟି ପକ୍ଷରୁ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହାର ପ୍ରତିବାଦ କରି ଆଜି ଭାରତୀୟ ଜନତାପାର୍ଟି ପକ୍ଷରୁ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଚିରି ଗୋଡରେ ଦଳିଥିଲେ । ମୁଖ୍ୟମନ୍ତ୍ରୀ ସବୁବେଳେ କେନ୍ଦ୍ରୀୟ ଯୋଜନା ଗୁଡିକୁ ହଡପକରି ନିଜ ନାଁରେ କରାଇବାକୁ ଉଦ୍ୟମ କରୁଛନ୍ତି ବୋଲି ବିଜେପି ନେତାମାନେ ମତବ୍ୟକ୍ତ କରିଥିଲେ । ଏହା ସହିତ ହାଟଡିହି ବ୍ଲକରେ କେନ୍ଦ୍ରୀୟ ଯୋଜନା ଗୁଡିକର ବାଟମାରଣା କରାଯାଉଥିବା ଅଭିଯୋଗ କରିବା ସହ ଆଗାମି ଦିନରେ ବିଜେପି ଏହା ବିରୁଦ୍ଧରେ ରାଜରାସ୍ତାକୁ ଓହ୍ଲାଇବ ବୋଲି ବରିଷ୍ଠ ବିଜେପି ନେତା ଆଲୋକ ସେଠୀ ଚେତାବନୀ ଦେଇଥିଲେ । ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ସୁଶାନ୍ତ ଜେନା, ମଧୁସୁଦନ ରାଉତ, ହରମୋହନ ଶାସିନି, କୈଳାଶ ସାମଲ, ବଳଭଦ୍ର ବାରିକ, ପିନାକୀ ଜେନା, ରମାକାନ୍ତ ଶଙ୍ଖୁଆ, ଦିନବନ୍ଧୁ ମହାନ୍ତି, ବାବୁଲି ନାୟକ, ନନ୍ଦ ଜେନା, ନରେଶ ବେହେରା, ସନ୍ତୋଷ ସାହୁ, ମହେଶ୍ୱର ବେହେରା, ସିପୁ ମୁଦୁଲି, ଶ୍ରୀମତୀ ମହାକୁଡ, ରେବତୀ ଦଳେଇ, ସଞ୍ଜୁଲତା ପାତ୍ର, ରମାକାନ୍ତ ନାୟକ, ସୁବାସ ଜେନା, ନଟବର ସେଠୀ, ଗଜେନ୍ଦ୍ର ପଦୁରିଆଙ୍କ ସମେତ ଅନେକ କର୍ମକର୍ତ୍ତା ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ