ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ହିଞ୍ଜିଳି ଗ୍ରସ୍ତ : ଉନ୍ନୟନ କାର୍ଯ୍ୟର ସମୀକ୍ଷା

ହିଞ୍ଜିଳିକାଟୁ (ଯୁଗାବ୍ଦ ନ୍ୟୁଜ, ଶେଷଦେବ ସାହୁ) କିଛିଦିନ ବ୍ୟବଧାନ ପରେ ପୁଣି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଦିଲ୍ଲିପ କୁମାର ମହାନ୍ତି ବୁଧୁବାର ହିଞ୍ଜିଳି ଗ୍ରସ୍ତରେ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ବୁଧୁବାର ସଚିବ ହିଞ୍ଜିଳିକାଟୁ ବ୍ଲକର କଚୁଂରୁ ଗ୍ରାମରେ ଏକ ପାର୍କକୁ ବୁଲି ଦେଖିବା ସହିତ ଗ୍ରାମର ପୋଖରୀରେ ମାଛ ଚାଷ କରୁଥିବା ଏକ ଏସ.ଏଚ.ଜି ଗ୍ରୁପ ସହ ଆଲୋଚନା କରିଥିଲେ ପରେ ଆଦର୍ଶ ବିଦ୍ୟାଳୟର ନିର୍ମାଣଧିନ ହଷ୍ଟେଲର ଅଗ୍ରଗତି ସମ୍ପର୍କରେ ଆଲୋଚନ କରିଥିଲେ ଓ ଆଦର୍ଶ ବିଦ୍ୟାଳୟର ଅଧକ୍ଷଙ୍କ ଅରୁଣ କୁମାର ପଟେଲଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ସେଠାରୁ ସାରୁ ଗ୍ରାମରେ ପହଚିଂ ଆଦର୍ଶ ପାଠାଗାରାକୁ ବୁଲି ଦେଖିବା ସହିତ ପରିବା ଚାଷ କରୁଥିବା ଏସ.ଏଚ.ଜି ଗ୍ରୁପ ସହ ଆଲୋଚନା କରିଥିଲେ ସେଠାରୁ ହିଞ୍ଜିଳି ଆସି ନିର୍ମାଣଧିନ ଡ଼ାକ୍ତରଖାନୁକୁ ବୁଲି ଦେଖିବା ସହ କାର୍ଯ୍ୟ ତୁରନ୍ତ ସାରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ସେଠାରୁ ହିଞ୍ଜିଳି ବ୍ଲକ କାର୍ଯ୍ୟାଳୟରେ ପହଚିଂ ବ୍ଲକ ଅଧକ୍ଷ ଏନ.ରଘୁନାଥ,ମୁଖ୍ୟମନ୍ତ୍ରୀଙ୍କ ବ୍ଲକ ପ୍ରତିନିଧି ସୁରେନ୍ଦ୍ର ପ୍ରଧାନ ,ଡ଼ି.ବିଶ୍ୱନାଥ,ଏ.ସୁଦର୍ଶନ,ଙି.ରବିନ୍ଦ୍ର,ଅଜିତ କୁମାର ପାତ୍ର, ଏନ.଼.ଶଙ୍କର, ଜି.ମୋହନ, ଦୁର୍ଗା ମହାନ୍ତୀ, ପ୍ରମୋଦ ମହାନ୍ତୀ ,ଯୁବ ନେତା ମନୋଜ ସାବତ ଙ୍କ ସମେତ ବହୁନିର୍ବାଚିତ ପ୍ରତିନିଧି ମାନଙ୍କ ସହ କିଛି ସମୟ ଆଲୋଚନା କରିଥିଲେ । ବିଶେଷ କରି ଆମ୍ବଗାଁ ଦେଇ ଏକ ସିଟିବସ ପ୍ରଚଳନ,ବାଳକୃଷ୍ନପୁର ଠାରେ ଏକ ବାତ୍ୟା ଆଶ୍ରୟସ୍ଥଳ,ଋଷିକୂଲ୍ୟା ଜୟମଙ୍ଗଳ ନାଳର ପୁନୋରୁଦ୍ଧାର ଉପରେ ଆଳେଚନା କରାଯାଇଥିଲା । ପରେ ହିଞ୍ଜିଳି ପୁର୍ତ ବିଭାଗ ଡ଼ାକ ବଙ୍ଗଳାରେ ପହଚିଂ କିଛି ନେତା ମାନଙ୍କ ସହ ଆଲୋଚନା କରିଥିଲେ । ହିଞ୍ଜିଳି ଠାରେ କିଛି କ୍ଷୁଦ୍ର ଶିଳ୍ଫ ପ୍ରତିଷ୍ଠା ନିମନ୍ତେ ସଚିବଙ୍କୁ ଅନୁରୋଧ କରିବା ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ସଚିବଙ୍କ ଗ୍ରସ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଡ଼ିଆରଡ଼ିଏ ପ୍ରତିନିଧି ଶରତ ମହାପାତ୍ର, ତହସିଲଦାର ଗୋପିନାଥ କୁଅଁର, ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ପୌରାଂଚଳ କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼ଃ ମନୋରଞ୍ଜନ ସାହୁ, ହିଞ୍ଜିଳି ଆଇ.ଆଇ.ସି ଅଭିମନ୍ୟୁ ଦାସ, ପୂର୍ତ ବିଭାଗୀୟ ସହକାରୀ ଯନ୍ତ୍ରୀ ଉମାଚରଣ ପାଢି,ବିଜେଡ଼ି ସଭାପତି ଭୀମସେନ ବେହେରା,ପୂର୍ବତନ ନଗରପାଳ ଶିବରାମ ଗୌଡ଼,ପୂର୍ବତନ ଉପନଗରପାଳ ପବିତ୍ର ପାଣିଗ୍ରାହୀ, ସୁବାଷ ପୋଲାଇ,ଯୁଧିଷ୍ଠିର ସ୍ୱାଇଁ,ଯୁବ ବିଜେଡ଼ି ସଭାପତି ସଞ୍ଜୟ କୁମାର ପଣ୍ଡା,ପ୍ୟାରୀ ମୋହନ ପାଢୀ ,ସରଜୁ ପଣ୍ଡା, ଜଟି ମହାରଣା, ସମେତ ବହୁ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ