ମୁଖ୍ୟମନ୍ତ୍ରୀଙ୍କ ୨ ଦିନିଆ ଯଶିପୁର ନିର୍ବାଚନ ମଣ୍ଡଳୀ ଗସ୍ତ ପ୍ରସ୍ତୁତି ଜୋରଦାର

କରଞ୍ଜିଆ,(ଜିତେନ୍ଦ୍ର ରାଜ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମାର୍ଚ୍ଚ ୧ ତାରିଖରେ ମୟୂରଭଞ୍ଜ ଜିଲ୍ଲାର ପଞ୍ଚାପିଢ ଉପଖଣ୍ଡ ଗସ୍ତ ରେ ଆସିବା ସ୍ଥିରକୃତ ହୋଇଛି
ରାଜ୍ୟରେ ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାପାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଏହା ପ୍ରଥମ ଯଶିପୁର ନିର୍ବାଚନ ମଣ୍ଡଳୀ ଗସ୍ତ ହୋଇଥିବାରୁ ପ୍ରଶାସନିକ ସ୍ତର ରୁ ନେଇ ଯଶିପୁର ବିଜେପି ଶିବିର ର ଏବେ ଚଳଚଞ୍ଚଳ ହୋଇଛି
ମିଳିଥିବା ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମାର୍ଚ୍ଚ ୧ ତାରିଖ ଦିବା ୩ ଘଟିକା ସମୟରେ ହେଲିକପଟର ଯୋଗେ ଖିଚିଂ ଠାରେ ଅସ୍ଥାୟୀ ହେଲିପ୍ୟାଡ଼ ରେ ଓଲ୍ହାଇ ସେଠାରୁ ମୟୁରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ କିଚକେଶ୍ବରୀଙ୍କ ମନ୍ଦିର ରେ ପୂଜାର୍ଚନା କରିବେ ସେଠାରୁ ବାହାରି ଖିଚିଂ ମିନିଷ୍ଟାଡିଅମ ଠାରେ ଖିଚିଂ ମହୋତ୍ସବ ର ଉଦଯାପନୀ କାର୍ଯ୍ୟକ୍ରମ ରେ ଯୋଗଦେବାର କାର୍ଯ୍ୟକ୍ରମ ଚୂଚାନ୍ତ ହୋଇଛି। ଏଥିପାଇଁ ମୟୁରଭଞ୍ଜ ଜିଲ୍ଲାପାଳ ଜିଲ୍ଲାପାଳ ଓ ଏସ୍‌ପି ଗସ୍ତ ସ୍ଥାନ ବୁଲି ପ୍ରସ୍ତୁତି ଚଳାଇ ଥିବା ଜଣାପଡ଼ିଛି।
କାର୍ଯ୍ୟକ୍ରମ ପରେ ମୁଖ୍ୟମନ୍ତ୍ରୀ ଯଶିପୁର ଗସ୍ତ ରେ ଆସି ବିଜେପି କାର୍ଯ୍ୟକର୍ତା ଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ପରେ ରାମତୀର୍ଥ କୁମ୍ଭୀର ପ୍ରକଳ୍ପ ନିବାସରେ ରାତ୍ରି ଯାପନ କରିବେ। ଏଥିପାଇଁ ନିବାସ ସ୍ଥଳୀରେ ଯୁଦ୍ଧକାଳୀନ ଭିତ୍ତରେ ପ୍ରସ୍ତୁତି ଚାଲିଛି
ଜିଲ୍ଲାପାଳ ହେମକାନ୍ତ ସୟ , ଏସ୍‌ପି ବରୁଣ ଗୁଁଟୁପାଲ୍ଲୀ ପାଲ୍ଲୀ,ଶୁକୃଳି ବିଡ଼ିଓ ଧର୍ମାନନ୍ଦ ବେହେରା, କରଞ୍ଜିଆ ଏସ୍ ଡିପିଓ ନବକୃଷ୍ଣ ନାଏକ, ଯଶିପୁର ବିଡିଓ ମାଧବ ବିରୁଆପ୍ରମୁଖ ତଦାରଖ କରିବା ସହିତ ହେଲି ପ୍ୟାଡ୍ ଚୟନନେଇ ଆଖ ଆଖପାଖ ପଡିଆ ବୁଲି ନିରୀକ୍ଷଣ କରିଥିଲେ ।
ଯଶିପୁର ମାଟିଆଗଡ଼ ଛକ ନିକଟ ଅନୁକୂଳପୁର ପଡ଼ିଆରେ ହେଲିପ୍ୟାଡ୍ ପାଇଁ ଧାର୍ଯ୍ୟ ହୋଇଥିବା ସୂଚନା ମିଳିଛି
୨ ତାରିଖ ସକାଳେ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ସହଯୋଗରେ ଆୟୋଜିତ ହେବାକୁ ଥିବା ମିନି ମାରାଥନ ଦୌଡ଼ ଶୁଭାରମ୍ଭ କରିବେ ବୋଲି ସୂଚନା ମିଳିଛି
ଆଜି ଯଶିପୁର ବିଧାୟକ ତଥା ରାଜ୍ୟ ଜଙ୍ଗଲ ଓ ପରିବେଷ, ଜଳବାୟୁ ପରିବର୍ତନ ଏବଂ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ମନ୍ତ୍ରୀ ଇଂ ଗଣେଶ ରାମସିଂ ଖୁଣ୍ଟିଆ,ମୟୁରଭଞ୍ଜ ସାଂସଦ ନବଚରଣ ମାଝୀ,କରଞ୍ଜିଆ ବିଧାୟକ ପଦ୍ମଚରଣ ହାଇବୁରୁ, ଜିଲ୍ଲା ବିଜେପି ଉପସଭାପତି ବିପିନ ବିହାରୀ ମହାନ୍ତ, ଜୟଦ୍ରଥ ଗିରିଙ୍କ ସହିତ ଅନ୍ୟ କାର୍ଯ୍ୟକର୍ତା ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଯଶିପୁର ଓ ଖିଚିଂ ଠାରେ ପ୍ରସ୍ତୁତି ର ସମୀକ୍ଷା ଏବଂ କାର୍ଯ୍ୟକ୍ରମ ସ୍ଥଳୀ ବୁଲି ଦେଖିଥିଲେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ପ୍ରଶାସନିକ ଓ ଦଳୀୟ ସ୍ତର ରେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟ ରେ ପହଂଚିଥିବା ବେଳେ ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟକ୍ରମ ର ସବିଶେଷ ବିବରଣୀ ବା ଗସ୍ତ କାର୍ଯ୍ୟସୂଚୀ ସୁରକ୍ଷାଦୃଷ୍ଟିରୁ ପ୍ରକାଶହୋଇନଥିବା ବିଶ୍ୱସ୍ତ ସୂତରୁ ସୂଚନା ମିଳିଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ