ମଦ ଦୋକାନ ଆବଣ୍ଟନ ପ୍ରକ୍ରିୟା: ଆବେଦନକାରୀଙ୍କ ତାଲିକାରେ ବହୁ ମହିଳା
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରେ ଠିପି ଖୋଲା ବିଦେଶୀ ମଦ ଦୋକାନ ପାଇଁ ବ୍ୟବସାୟୀମାନଙ୍କ ଆଗ୍ରହ ବିଶେଷ ଭାବେ ବଢିଥିବା ଲକ୍ଷ୍ୟ କରାଯାଇଛି. ଏମାନଙ୍କ ଆଗ୍ରହ କାହିଁକି ? ଏତେପାରିମାଣରେ ବଢିଛି ତାହା ସ୍ପଷ୍ଟ ଭାବେ ଜଣା ପଡୁନାହିଁ. ତଥାପି ମଦ ଦୋକାନ ଫି 3 ଗୁଣ ବୃଦ୍ଧି ସତ୍ୱେ 19 ଗୋଟି ଦୋକାନ ପାଇଁ 462 ଗୋଟି ଆବେଦନ ପତ୍ର ଦାଖଲ ହୋଇଥିବା ସୂଚନା ମିଳିଛି. ଏହି ବିଦେଶୀ ମଦ ଦୋକାନ ପାଇଁ ମଧ୍ୟ ରହିଛନ୍ତି ବହୁ ମହିଳା ଆବେଦନକାରୀ. ନିଲାମ ପୂର୍ବରୁ ଗଜପତି ଜିଲ୍ଲାରୁ ସରକାର ଫି ବାବଦରେ ୧୩ କୋଟି ୮୬ ଲକ୍ଷ ଟଙ୍କା ରାଜସ୍ବ ହାସଲ କରିବା ଏହା ସର୍ବକାଳୀନ ରେକର୍ଡ ବୋଲି ବିଭାଗୀ ବିଭାଗୀୟ ସୂତ୍ରରୁ ଜଣାପଡିଛି। ଚଳିତଥର ଆବେଦନ ଫି ୧ ଲକ୍ଷରୁ ୩ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିଲେ ମଧ୍ୟ ବ୍ୟବସାୟୀମାନଙ୍କ ଠାରେ ମଦ ଦୋକାନ ପାଇଁ ପ୍ରବଳ ଆଗ୍ରହ ପ୍ରକାଶ ପାଇଛି. ଠିପି ଖୋଲା ମଦ ଦୋକାନ ନିଲାମ ପ୍ରକ୍ରିୟାରେ ଫି ବାବଦକୁ 13.86 କୋଟି ଟଙ୍କା ରାଜସ୍ୱ ଆଦାୟ ହୋଇଥିବା ଗଜପତି ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ସାହୁ ପ୍ରକାଶ କରି କହିଛନ୍ତିଯେ, ସମଗ୍ର ଜିଲ୍ଲାରେ ଥିବା 19 ଗୋଟି ମଦ ଦୋକାନ ପାଇଁ 462 ଜଣ ଆବେଦନ କରିଛନ୍ତି. ନିର୍ଦ୍ଧାରିତ ସରକାରୀ ନିୟମ ଅନୁସାରେ ଏହି ମଦ ଦୋକାନ ନିଲାମ ପ୍ରକ୍ରିୟା ଆସନ୍ତାକାଲି କରାଯିବ.


