ମୁଗୁପୁରରେ ପାଣିରେ ବୁଡିଯାଇ ଜଣେ ମୃତ
ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ମୁଗୁପୁର ଗ୍ରାମରେ ଜଣେ ବ୍ୟକ୍ତି ପାଣିରେ ବୁଡିଯାଇ ମୃତୁ୍ୟବରଣ କରିଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ଗ୍ରାମର ନଣ୍ଡା ସାହୁ ନାମକ ଜଣେ ବ୍ୟକ୍ତି ଆଜି ବଡି ସକାଳୁ ସକାଳୁ ଶୌଚ ହେବାକୁ ନିକଟସ୍ଥ ନାଳକୁ ଯାଇଥିବା ବେଳେ ଆଉ ଫେରି ନଥିଲା । ପରିବାର ଲୋକେ ଅନେକ ଖୋଜା ଖୋଜି କରିବାପରେ ନାଳ ନିକଟରେ ତାର ଯୋତା ରଖାଯାିଥିବା ଦେଖି ସନେ୍ଦହ କରି ଖୋଜାଖୋଜି କରିବାପରେ ସେହି ନାଳ ଭିତରେ ପାଣିରେ ବୁଡି ମୃତ୍ୟୁବରଣ କରିଥିବା ଜଣାପଡିଥିଲା । ପରେ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ପହଞ୍ଚି ଶବକୁ ଉଦ୍ଧାର କରିଥିଲେ । ଖବରପାଇ ଆନନ୍ଦପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତୁ୍ୟ ମାମଲା ରୁଜୁ କରିବାସହ ଶବକୁ ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ତଦନ୍ତ ଜାରି ରଖିଛି । ନଣ୍ଡା ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର ବ୍ୟକ୍ତି ହୋଇଥିବାରୁ ତୁରନ୍ତ ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।


