ମୁନି ସମାଜର ବାର୍ଷିକ ମହାଧିବେଶନ
ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : ଶନିବାର ବନ୍ତ ବ୍ଲକ ସେଣ୍ଢତୀରାସ୍ଥିତ ଜନାର୍ଦ୍ଦନ ଉଚ୍ଚ ବିଦ୍ୟାପୀଠ ଠାରେ ଅଖିଳ ଭୂମଣ୍ଡଳୀୟ ସର୍ବଶିରୋମଣି ମୁନି ସମାଜ(ଓଡିଶା ପ୍ରାନ୍ତ)ର ବାର୍ଷିକ ମହାଧିବେଶନ ଅନୁଷ୍ଠିତ ହୋଇଯାଇଛି । ଯୋଗାଚାର୍ଯ୍ୟ ଶଶଧର ମୁନି ଅଧ୍ୟକ୍ଷତା କରିଥିବା ବେଳେ ଅନନ୍ତ ପ୍ରଧାନ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏଥିରେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଯୋଗ ଦ୍ୱାରା ଶରୀର ସୁସ୍ଥ ରହେ ବୋଲି କହିଥିଲେ । ମୁଖ୍ୟ ବକ୍ତା ଭାବେ ଯୋଗାଚାର୍ଯ୍ୟ କମଳାକାନ୍ତ ପାଣିଗ୍ରାହୀ, ସମ୍ମାନୀତ ବକ୍ତା ଭାବେ ଯୋଗୀ ବାଇଧର ମୁନି, ସମ୍ପାଦକ ଯୋଗୀ ଧୃବ ଚରଣ ମୁନି, ଯୋଗୀ ଅନନ୍ତ ମୁନି, ସହସମ୍ପାଦକ ମୀନ କେତନ ପଣ୍ଡା, ଯୋଗଶିକ୍ଷିକା ଗୀତାଞ୍ଜଳୀ ପାଣିଗ୍ରାହୀ, ଯୋଗାଚାର୍ଯ୍ୟ ଉଗ୍ରେସେନ ମୁନି, ଅଜିତ୍ ମୁନି, ବଳରାମ ଚୌଧୁରୀ, ଯୋଗ ଶିକ୍ଷୟିତ୍ରୀ ସ୍ନେହଲତା ସେଠୀ, ନିରୁପମା ପାଣି, ପ୍ରଚାରକ ଚିନ୍ତାମଣି ପଣ୍ଡା, ସୁଧିର ମୁନି, ମୁନିରତ୍ନ ସୂର୍ଯ୍ୟମଣି ସାମଲ, ଗଙ୍ଗାଧର ମୁନି, ସରପଞ୍ଚ ପ୍ରେମଲତା ପ୍ରଧାନ, ସମାଜସେବୀ ପ୍ରେମାନନ୍ଦ ନାୟକ, ଭାସ୍କର ପାଢୀ, ପିତାମ୍ବର ପହି ପ୍ରମୁଖ ଯୋଗ ଦେଇ ଯୋଗ ସଂପର୍କରେ ଦିଗ୍ଦର୍ଶନ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ନବଘନ ମୁନି, ନାରାୟଣ କୁଣ୍ଡୁ, ନିରଞ୍ଜନ ସେନାପତି, ଅଭୟ ମୁନି, ସୁନୀତିଲତା ମହାପାତ୍ର, ସଞ୍ଜୟ ମୁନି, ମୁନିରାଜ ପ୍ରଶାନ୍ତ ସାମଲ, ହୃଷିକେଶ ପାତ୍ର, ଚିତ୍ତ ରଞ୍ଜନ ସେନାପତି, ଦୁର୍ଯ୍ୟଧନ ମଲ୍ଲିକ, ଅମର ପାତ୍ର, ନିରଞ୍ଜନ ମୁନି, ନାରାୟଣ ମୁନି, ଶ୍ରୀକାନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ବିଭିନ୍ନ ଅଞ୍ଚଳରୁ ଶତାଧିକ ମୁନି ଓ ମୁନିମତୀ ମାନେ ଯୋଗ ଦେଇଥିଲେ ।