ଜାତୀୟ କ୍ରୀଡା ଦିବସ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ଜିଲ୍ଲାର ଅଗ୍ରଣୀ ଖେଳକୁଦ ଅନୁଷ୍ଠାନ ବଗଡା ସ୍ପୋର୍ଟସ ଏକାଡେମୀ ପକ୍ଷରୁ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସକାଳ ୧୦ଟାରେ ବିଭିନ୍ନ ବିଦ୍ୟାଳୟର ଛାତ୍ରମାନଙ୍କ ଭିତରେ ଏକ କ୍ୟାରାମ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ତୁଣପୁର ହାଇସ୍କୁଲର ସତ୍ୟମ ଓ ରମାକାନ୍ତଙ୍କ ଯୋଡି ଚମ୍ପିଆନ ହୋଇଥିବା ବେଳେ ବଗଡା ହାଇସ୍କୁଲର ମାନସ ଓ ନିର୍ମାଲ୍ୟ ରନର୍ସଅପ ହୋଇଥିଲେ। ମେରା ଯୁବଭାରତ ପକ୍ଷରୁ ଲକ୍ଷ୍ମୀକାନ୍ତ ଜେନାଙ୍କ ଦ୍ୱାରା ସମସ୍ତ ଖେଳପ୍ରେମୀ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ଆଲୋଚନାଚକ୍ରରେ ବଗଡା ପଞ୍ଚାୟତ ସରପଞ୍ଚ ସୁବନୀ ସାହୁ, ଖେଳଶିକ୍ଷକ ଉମାକାନ୍ତ କର, ପ୍ରଫୁଲ୍ଲ ପ୍ରଧାନ, କ୍ରୀଡା ସଂଗଠକ ଦିଲ୍ଲୀପ ସାହୁ, ସୁଚିତ୍ରା ମନ୍ତ୍ରୀ, ଭବାନୀ କର ପ୍ରମୁଖ ଅଂଶଗ୍ରହଣ କରି ଗାଁ ଗାଁରେ କ୍ରୀଡାର ଉନ୍ନତି ପାଇଁ ୟୁଥ କ୍ଲବ ଗୁଡିକର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଅପରାହ୍ନରେ ଛାତ୍ରଛାତ୍ରୀମାନଙ୍କ ଭିତରେ ଭଲିବଲ, ଖୋ ଖୋ ଓ କବାଡି ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଉଦ୍ଯାପନୀ ଉତ୍ସବରେ ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ ଅତିଥି ଭାବେ ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ଟ୍ରଫି ପ୍ରଦାନ କରିଥିଲେ। ସ୍ପୋର୍ଟସ ଏକାଡେମୀ ସମ୍ପାଦକ ଶକ୍ତିସ୍ୱରୂପ ସାହୁ ଓ ସଭାପତି ବାବୁନି ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


