ମୃତ ଗାଇ କୁ ଟାଙ୍ଗିଆ ରେ ହାଣିବା ଘଟଣା ରେ ଜଣେ ପାଟପୁର ଥାନା ରେ ଅଟକ

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ): ପାଟପୁର ଥାନା ନିକଟସ୍ଥ ଘୋଡାହାଡ ନଦୀ ଅନିକଟ ପାଖ ରେ ମୃତ ଗର୍ଭବତୀ ଗାଇ କୁ ଟାଙ୍ଗିଆ ରେ ହାଣୀ ଅଲଗା ଅଲଗା କରୁଥିବା ବେଳେ ପାଟପୁର ପୋଲିସ ଉଦୟ ବିଶୋଇ (୪୫) କୁ ଥାନା ରେ ଅଟକ ରଖିଥିବା ଜଣାପଡ଼ିଛି । ଘୋଡାହାଡ ନଦୀ ଅନିକଟ ନଦୀପଠା ରେ ଗାଇ ଗୁହାଳ ରହିଥିବା ବେଳେ ଗୋଟେ ଗର୍ଭବତୀ ଗାଇ ର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତ୍ୟୁ ଗାଇଟିକୁ ପାଟପୁର ଗ୍ରାମ ର ଉଦୟ ବିଶୋଇ ଟାଙ୍ଗିଆ,କାତି ରେ ହାଣୀ ପୁରା ଶରୀର କୁ ଅଲଗା ଅଲଗା କରୁଥିବା ବେଳେ ସେହି ରାସ୍ତା ରେ ନଦୀକୁ ଗାଧେଇବାକୁ ଯାଉଥିବା ସ୍ଥାନୀୟ ଲୋକ ପାଟପୁର ଥାନା ରେ ଜାଣଇଥିଲେ।ଘଟଣା ସ୍ଥଳରେ ପାଟପୁର ପୋଲିସ ପହଞ୍ଚି ଉଦୟ ବିଶୋଇ କୁ ଥାନା ରେ ଅଟକ ରଖିଥିବା ଜଣାପଡିଛି।ଏଭଳି ଅମାନୁଷିକ କାର୍ଯ୍ୟ କୁ ଅଞ୍ଚଳ ର ବୁଦ୍ଧିଜୀବୀ ,ଗ୍ରାମବାସୀ ନିନ୍ଦା କରିଥିବା ଜଣାପଡିଛି। ଏ ନେଇ ପଟପୁର ପୋଲିସ ପକ୍ଷ ରୁ ଏ ସମ୍ପର୍କରେ କୋଣସି ସୂଚନା ମିଲିନାହିଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ