ମୃତ ସାମ୍ବାଦିକ ଅରିନ୍ଦମଙ୍କ ପାଇଁ କ୍ୟାଣ୍ଡେଲ ଶୋଭାଯାତ୍ରା

ଚୌଦ୍ୱାର, (ଦୀପକ୍ କୁମାର ବେଉରା):ସାମ୍ବାଦିକ ଅରିନ୍ଦମ ଙ୍କ ଅକାଳ ମୃତ୍ୟୁରେ ଭାଙ୍ଗି ପଡିଛନ୍ତି ସାରା ଓଡ଼ିଶା ବାସୀ ।ସର ରାଜ୍ୟରୁ ସମବେଦନା ଅର୍ବିନ୍ଦଙ୍କ ପରିବାରକୁ ସମବେଦନା ମିଳୁଥିବା ବେଳେ ଆଜି କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ଵାର ବ୍ଲକ୍ ସମସ୍ତ ସାମ୍ୱାଦିକ ସଂଘ ଅରିନ୍ଦମ ଶୋକରେ ଏକ ବିଶାଳ ମହମ ଶୋଭାଯାତ୍ରା କରିଥିଲେ । ଏହି ଶୋଭାଯାତ୍ରା ଗାନ୍ଧୀଛକ ଠାରୁ ଆରମ୍ଭ କରି କଳିଙ୍ଗ ଛକ ପର୍ଯ୍ୟନ୍ତ କରାଯାଇଥିଲା । ଶୋଭାଯାତ୍ରାରେ ଆଗଧାଡିର ଜଣେ ସାମ୍ବାଦିକ ପ୍ରତିନିଧି ଭାବେ ଅରିନ୍ଦମ ଓଡ଼ିଶାର ଜଣାଶୁଣା ଚେହେରା । କାମ କରିବାର ନିଷ୍ଠା ଓ ସାହସିକ ଚିନ୍ତା ଧାରା ପାଇଁ ଆଜି ଓଡ଼ିଶାର ଘରେ ଘରେ ପରିଚିତ ଥିଲେ ବୋଲି ସାମ୍ୱାଦିକ ମାନେ ମତବ୍ୟକ୍ତ କରିଥିଲେ । ତାଙ୍କର ଅକାଳ ବିୟୋଗ ରେ ସାରା ଓଡ଼ିଶା ଗଣମାଧ୍ୟମ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ