ପର୍ଯ୍ୟଟନ ଦିବସରେ ପିକ୍‌କ ଭ୍ୟାଲିକୁ ଇକୋ ଟୁରିଜିମ୍‌ ମାନ୍ୟତା ଦାବି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ପ୍ରତିବର୍ଷ ସେପ୍ଟମ୍ବର ୨୭ ତାରିଖଟିକୁ ସାରା ବିଶ୍ୱରେ ବିଶ୍ୱ ପର୍ଯ୍ୟଟନ ଦିବସ ରୂପେ ପାଳନ କରାଯାଇଥାଏ । ସାମାଜିକ, ସାଂସ୍କୃତିକ, ରାଜନୈତିକ ତଥା ଆର୍ଥିକ କ୍ଷେତ୍ରରେ ବିକାଶ ତଥା ପାରସ୍ପରିକ ସମ୍ପର୍କ ବୃଦ୍ଧି କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ । ଆମ ଓଡ଼ିଶାରେ ଏମିତି ଅନେକ ସୁନ୍ଦର ପର୍ଯ୍ୟଟନସ୍ଥଳୀ ରହିଛି ଯାହା ଏପର୍ଯ୍ୟନ୍ତ ସରକାରୀସ୍ତରରେ ପର୍ଯ୍ୟଟନୀସ୍ଥଳୀର ମାନ୍ୟତା ପାଇନାହିଁ । ସେଥିମଧ୍ୟରୁ ରାଜଧାନୀ ଭୁବନେଶ୍ୱର ନିକଟରେ ଥିବା ପିକ୍‌କ ଭ୍ୟାଲି ଯାହା ସାମ୍ନାକୁ ଆସିଛି । ସ୍ମାର୍ଟନଗରୀ ଭୁବନେଶ୍ୱର ଠାରୁ ମାତ୍ର ୩୦ କିଲୋମିଟର ଏବଂ କଟକଠାରୁ ୧୫ କିଲୋମିଟର ମଧ୍ୟରେ ରହିିଛି ଏହି ପିକ୍‌କ ଭ୍ୟାଲି । ସକାଳ ଓ ସନ୍ଧ୍ୟା ହେଲେ ଏଠି ଶହ ଶହ ସଂଖ୍ୟାରେ ମୟୂର ଏକତ୍ରିତ ହେବାର ଦୃଶ୍ୟ ଦେଖିବାକୁ ମିଳିଥାଏ । ଯାହା ବର୍ତ୍ତମାନ ପିକ୍‌କ ଭ୍ୟାଲି ରୂପେ ବେଶ୍ ଖ୍ୟାତି ଅର୍ଜନ କରିିପାରିଛି । ପର୍ଯ୍ୟଟନ ଦୃଷ୍ଟିରୁ ଏହା ଏକ ଖାସ୍ ଆକର୍ଷଣୀୟ ବହନ କରିଥାଏ । ସୌନ୍ଦର୍ଯ୍ୟ ଦୃଷ୍ଟିରୁ ଉକ୍ତ ସ୍ଥାନଟି ଏକ ନିଆରା ହୋଇଥିବା ବେଳେ ଏହାକୁ ଇକୋ ଟୁରିଜିମ୍‌ର ମାନ୍ୟତା ଦେବାକୁ ବିଶ୍ୱ ପର୍ଯ୍ୟଟନ ଦିବସରେ ସାମାଜିକ କର୍ମୀ ତଥା ପରିବେଶବିତ୍ ସୁଶାନ୍ତ ସାହୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି । ଉକ୍ତ ଅଞ୍ଚଳରେ ପାଖାପାଖି ଏକ ହଜାରରୁ ଉର୍ଦ୍ଧ୍ୱ ମୟୂର ବାସ କରୁଥିବାର ଆକଳନ କରାଯାଏ ଯାହାକି ଉକ୍ତ ଅଞ୍ଚଳଟି ବେଶ୍ ଶୋଭାବର୍ଦ୍ଧନ କରିଥାଏ । କଟକ ଜିଲ୍ଲା ଅନ୍ତର୍ଗତ ନରାଜ ରୋଡ଼ ଯିବା ରାସ୍ତାରେ ପଡ଼େ ତଳଗର । ଏଇଠି ରହିଛି ପିକ୍‌କ ଭ୍ୟାଲି । ଏବେ ପର୍ଯ୍ୟଟକଙ୍କ ବେଶ୍ ଆକର୍ଷଣୀୟ କେନ୍ଦ୍ରବିନ୍ଦୁ ପାଲଟିଛି । ପିକ୍‌କ ଭ୍ୟାଲିକୁ ନେଇ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି ପୁଳା ପୁଳା ୟୁଟୁବ୍ ଭିଡ଼ିଓର ଚିତ୍ର । ଏହାକୁ ଦେଖି ପର୍ଯ୍ୟଟକମାନେ ବେଶ୍ ଆକର୍ଷିତ ହେଉଥିବାର ଜଣାପଡ଼ିଛି । ସମ୍ପ୍ରତି ଓଡ଼ିଶାରେ ବିଭିନ୍ନ ଅଞ୍ଚଳରେ ବିକଶିତ ହୋଇଚାଲିଛି ଇକୋଟୁରିଜମ୍ ପ୍ରକଳ୍ପ । କିନ୍ତୁ ଉକ୍ତ ଅଞ୍ଚଳଟି ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହି ଯାଇଥିବାର ମନେହୁଏ । ଇକୋ ଟୁରିଜିମ୍‌ରେ ନୂଆ ସମ୍ଭାବନା ଓ ନୂଆ ଚମକ ସହ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଆକର୍ଷଣୀୟ କରାଯାଉଛି । ପରିବେଶ ସୁରକ୍ଷା ଓ ପରିବେଶ ପ୍ରତି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଏହାର ମୂଳଲକ୍ଷ୍ୟ । ପୃଥିବୀର ବିଭିନ୍ନ ଦେଶରୁ ନିୟମିତ ବ୍ୟବଧାନରେ ପର୍ଯ୍ୟଟକମାନେ ଓଡ଼ିଶାର ବିଭିନ୍ନ ପରିବେଶ ପର୍ଯ୍ୟଟନସ୍ଥଳୀରେ ଭିଡ଼ ଲାଗି ରହୁଛି । ଏଣୁ ଏହି ପିକ୍‌କ ଭ୍ୟାଲିକୁ ସରକାରୀସ୍ତରରେ ଇକୋ ଟୁରିଜିମ୍‌ର ମାନ୍ୟତା ଦିଆଗଲେ ଆମର ଜାତୀୟ ସ୍ୱୀକୃତି ପାଇଥିବା ମୟୂର ପକ୍ଷୀର ସୁରକ୍ଷା ସହ ଏହାର ବଂଶ ବୃଦ୍ଧିରେ ବେଶ୍ ସହାୟକ ହୋଇପାରିବ । ଏତଦ୍‌ସହ ରାଜ୍ୟର ରାଜସ୍ୱ ବୃଦ୍ଧି ସହ ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ବେଶ୍ ସହାୟକ ହୋଇପାରିବା ସଙ୍ଗେ ସଙ୍ଗେ ପ୍ରତ୍ୟକ୍ଷ ବା ପରୋକ୍ଷରେ ଏହା ଅନେକଙ୍କ ପାଇଁ ଜୀବନ ଜୀବିକାର ମାଧ୍ୟମ ପାଲଟିଯିବ । ଏଣୁ ଏ ନେେଇ ଶ୍ରୀ ସାହୁ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜଙ୍ଗଲ ବିଭାଗୀୟ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏବଂ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ ପତ୍ର ମାଧ୍ୟମରେ ପିକ୍‌କ ଭ୍ୟାଲିକୁ ଇକୋ-ଟୁରିଜିମ୍‌ର ମାନ୍ୟତା ଦେବା ପାଇଁଁ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ