ମୋଦିଙ୍କ ଗଡରେ ପ୍ରିୟଙ୍କା ଗାନ୍ଧି

ବାରାଣାସୀ ଦଶ୍ୱାସମେଧ ଘାଟରେ ଗଙ୍ଗା ପୂଜା, ଜୟ ହିନ୍ଦର ନାରାବାଜି ଓ ବିଶ୍ୱନାଥ ମନ୍ଦିରରେ ରୁଦ୍ରାଭିଶେକ । ନିର୍ବାଚନୀ ମାହୋଲରେ କାଶୀରେ କିଛି ଏପରି ଦୃଶ୍ୟ ଦେଖିବାକୁ ମିଳିିଛି । ବୋଟ୍ ଯାତ୍ରା ସହ ପଦ ଯାତ୍ରା କରି ଲୋକଙ୍କ ପାଖରେ ପହଂଚିଛନ୍ତି ପ୍ରିୟଙ୍କା । ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗଡରେ ବିଜେପି ସରକାର ଉପରେ ବର୍ଷିଛନ୍ତି ପ୍ରିୟଙ୍କା । ଆଲ୍ଲାହାବାଦର ପ୍ରୟାଗରାଜରୁ ପ୍ରିୟଙ୍କାଙ୍କ ନୌକା ଯାତ୍ରା ଆରମ୍ଭ ହୋଇଥିଲା ଯାହା ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନୀ କ୍ଷେତ୍ର ବାରଣାସୀରେ ଶେଷ ହୋଇଛି । ୨୦୧୪ରେ ମୋଦି ସରକାର ଦେଇଥିବା କୌଣସି ପ୍ରତିଶୃତି ପୂରଣ ହୋଇନାହିଁ ବୋଲି ପ୍ର୍ରିୟଙ୍କା କହିଛନ୍ତି । ଦେଶର ସାଧାରଣ ଜନତାଙ୍କୁ ନିର୍ଯାତନା ଦିଆଯାଉଥିବା ବେଳେ ଚାଷୀ ଓ ଶ୍ରମିକଙ୍କ ପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ । ଏବଂ ନରେନ୍ଦ୍ର ମୋଦି ୨କୋଟି ରୋଜଗାର ଦେବା ପାଇଁ ପ୍ରତିଶୃତି ଦେଇଥିବା ବେଳେ ଆଜି ଦେଶର ଯୁବପୀଢିଙ୍କ ନିକଟରେ ଏବେ ରୋଜଗାର ନାହିଁ ବୋଲି ବିଜେପିକୁ ଟାର୍ଗେଟ୍ କରିଛନ୍ତି ପ୍ରିୟଙ୍କା । ଏହା ସହ ଲୋକତନ୍ତ୍ରକୁ ମଜବୁତ କରିବା ପାଇଁ ବାରାଣାସୀରୁ ଲଢେଇ ଆରମ୍ଭ ହେବ ବୋଲି କହିଛନ୍ତି ପ୍ରିୟଙ୍କା । ତିନି ଦିନରେ ଗଙ୍ଗା ଯାତ୍ରା କରି ୧୪୦ କିଲୋମିଟର ବାଟ ଅତିକ୍ରମ କରିଛନ୍ତି କଂଗ୍ରେସ ସାଧାରଣ ସଂପାଦିକା । ଏହି ସମୟରେ ନଦୀ କୂଳିଆ ଗାଁ ଗୁଡିକରେ ଲୋକମାନଙ୍କ ସହ ଆଲୋଚନା କରି କଂଗ୍ରେସ ପାଇଁ ଭୋଟ୍ ମାଗିଛନ୍ତି ପ୍ରିୟଙ୍କା ଗାନ୍ଧି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ