ମୋଦୀଜୀଙ୍କ ଅଷ୍ଟମ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମର ପ୍ରାକ୍ ସମୀକ୍ଷା ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା) :-କେନ୍ଦ୍ରରେ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵାଧୀନ ସରକାରର ଅଷ୍ଟମ ବର୍ଷ ପୂର୍ତ୍ତି ଅବସରରେ ଦେଶବ୍ୟାପୀ ଜୁନ ୧ ତାରିଖରୁ ଜୁନ୍ ୧୫ ତାରିଖ ପର୍ଯ୍ୟନ୍ତ ପାଳିତ ହେବାକୁ ଥିବା “ସେବା-ସୁଶାସନ-ଗରୀବ କଲ୍ୟାଣ” ପର୍ବର ପ୍ରାକ୍ ସମୀକ୍ଷା ବୈଠକ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ସଭାପତିତ୍ବରେ ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସମସ୍ତ ଆଠ ନିର୍ବାଚନମଣ୍ଡଳୀ ପ୍ରଭାରୀଙ୍କ ଠାରୁ କାର୍ଯ୍ୟକ୍ରମର ପ୍ରସ୍ତୁତି ଓ ଅଗ୍ରଗତି ବିଷୟରେ ପୁଙ୍ଖାନୁପୁଙ୍ଖ ବିବରଣୀ ନେଇଥିଲେ। ଯୁବ, ମହିଳା, କୃଷକ ସମାବେଶ ହେବା ସହିତ ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ହିତାଧିକାରୀଙ୍କ ସହିତ ସମ୍ପର୍କ ସ୍ଥାପନ । ବୃକ୍ଷ ରୋପଣ, ଶହୀଦ ପରିବାରଙ୍କୁ ସହାୟତା, ସମାଜର ବିଭିନ୍ନ ବର୍ଗର ଲୋକଙ୍କ ପାଖରେ ସରକାରୀ ଯୋଜନା ପହଞ୍ଚାଇବା, କେନ୍ଦ୍ର ସରକାରଙ୍କ ଉପଲବ୍ଧିକୁ ଲିଫଲେଟ ମାଧ୍ୟମରେ ଘରେଘରେ ପହଞ୍ଚାଇବା, ଅନୁସୂଚିତ ଜାତି ଜନଜାତି ସମାବେଶ, ଗରୀବ କଲ୍ୟାଣ ଜନସଭା ଇତ୍ୟାଦି ଉକ୍ତ ଦିନମାନଙ୍କରେ କରାଯିବ ବୋଲି ଜିଲ୍ଲା ସଭାପତି ସୂଚନା ଦେଇଛନ୍ତି । ଦେଶ ସ୍ବାଧୀନତାର ଅମୃତ ମହୋତ୍ସବ ( ୭୫ ବର୍ଷ ) ପାଳନ କରୁଥିବାରୁ ଦଳର ସମସ୍ତ ପ୍ରମୁଖ କାର୍ଯ୍ୟକର୍ତ୍ତା ମାନେ ୧୫ ଦିନ ଦୈନିକ ୫ ଘଣ୍ଟା ମୋଟ୍ ୭୫ ଘଣ୍ଟା ସମୟ ଦେଇ ଏହି କାର୍ଯ୍ୟକ୍ରମକୁ ସାଫଲ୍ୟାମଣ୍ଡିତ କରିବାପାଇଁ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧକୁ ଉପସ୍ଥିତ କାର୍ଯ୍ୟକର୍ତ୍ତା ମାନେ ସାଦର ଗ୍ରହଣ କରିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୁର୍ବତନ ଜିଲ୍ଲା ସଭାପତି ଲମ୍ବୋଦର ନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୋଭନା ମହାନ୍ତି ଓ ଶୁଭଙ୍କର ମହାପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡା, ରେମୁଣାର ପୁର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ଜିଲ୍ଲା ମିଡ଼ିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ, ଜିଲ୍ଲା ଉପସଭାପତି କମଳା ବିନ୍ଧାଣି, କମଳଲୋଚନ ଦାସ, କରୁଣାକର ପଣ୍ଡା ଓ ଗଙ୍ଗାଧର ମିଶ୍ର, ମହିଳା ମୋର୍ଚ୍ଚା ସଭାପତି ମନୀଷା ବେହେରା, ଜିଲ୍ଲା ସମ୍ପାଦକ ମହୁଆ ପ୍ରଧାନ, ସୁସ୍ମୀତା ଚାନ୍ଦ ଓ ଆଶିଷ ଘୋଷ, ବୁଦ୍ଧିଜୀବୀ ସେଲ୍ ସଂଯୋଜକ ଅରବିନ୍ଦ ବାରିକ, ସୋର ବିଧାୟକ ପାର୍ଥୀ ରାକେଶ ମଲ୍ଲିକ, ଭୋଗରାଇ ବିଧାୟକ ପାର୍ଥୀ ଅଂଶୁମାନ ମହାନ୍ତି, ରଣଜୀତ ପୁଷ୍ଟୀ ବୈଠକରେ ଅଂଶଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ