ମୋର୍ଣ୍ଣିଙ୍ଗ ଷ୍ଟାର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଖାଦ୍ୟ ସାମଗ୍ରୀ ବଣ୍ଟନ
ଫୁଲବାଣୀ (ସୁର୍ଯ୍ୟ ନାରାୟଣ ବେହେରା) : କରୋନା ମାହାମରୀ ପାଇଁ ଦେଶରେ ଲୋକ ଭୟଭିତ ହୋଇ ରହି ଖାଦ୍ୟ ପାଇଁ ମଧ୍ୟ ହନ୍ତସନ୍ତ ହେଉଥିବା ବେଳେ ଆଜି କୁର୍ତ୍ତମଗଡ ରେ ଥିବା ମୋର୍ଣ୍ଣିଙ୍ଗ ଷ୍ଟାର ଟ୍ରଷ୍ଟ ପକ୍ଷରୁ ପ୍ରାୟ ଏକ ଶହ ଲୋକଙ୍କୁ ରେସନ ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯାଇଥିଲା। ଲୋକମାନେ ସାମାଜିକ ଦୂରତା ରକ୍ଷା କରି ସମସ୍ତ ଖାଦ୍ୟ ସାମଗ୍ରୀ ମୋର୍ଣ୍ଣିଙ୍ଗ ଷ୍ଟାର ଟ୍ରଷ୍ଟର ମୁଖ୍ୟ ପରିଚାଳକ ତଥା ସମାଜସେବୀ ଓ ଜଣେ ସାମ୍ବାଦିକ ଶ୍ରୀ ଅଜିତ କୁମାର ଦିଗାଲଙ୍କ ଠାରୁ ଗ୍ରହଣ କରିଥିବା ଦେଖିବାକୁ ମିଳିଛି।ଏହି ସଂସ୍ଥାଟି ଲୋକଙ୍କ ସେବା ସହିତ ପିଲାମାନଙ୍କୁ ମଧ୍ୟ ପାଠ ପଢିବା ପାଇଁ ସାହାଯ୍ୟ କରୁଥିବା ଦେଖିବାକୁ ମିଳୁଛି। କୁର୍ତ୍ତମଗଡର ଭିନ୍ନଭିନ୍ନ ଗ୍ରାମକୁ ଯାଇ ଲୋକଙ୍କୁ କରୋନା ସଂକ୍ରମଣ ବିଷୟରେ ମଧ୍ୟ ସଚେତନତା କରିଥାନ୍ତି । ଏହି ଖାଦ୍ୟ ସାମଗ୍ରୀ ପାଇଁ ଲୋକମାନେ ବେଶ ଖୁସୀ ଥିବା ପ୍ରକାଶ କରିଛନ୍ତି।ଏହି ଭଳି ସଂସ୍ଥା ଏହି ସ୍ଥାନ ରେ କାର୍ଯ୍ୟ କଲେ ସମସ୍ତେ ଉପକୃତ ହେବୁ ବୋଲି କହିଛନ୍ତି।