ମୋହନା ସରକାରୀ ଜମି ଜବରଦଖଲକାରୀଙ୍କ କବ୍‌ଜାରେ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଆଦିବାସୀ ବହୁଳ ଗଜପତି ଜିଲ୍ଲାର ମୋହନା ଅଞ୍ଚଳରେ ଅନେକ ସରକାରୀ ଜମି ଜବରଦଖଲକାରୀଙ୍କ କବଜାରେ ରହିଥିବା ଅଭିଯୋଗ ହୋଇଛି. ଏନେଇ ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସାଧାରଣରେ ଦାବି ହୋଇଛି. ରାଜ୍ୟର ସମସ୍ତ ସହ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ରଦଖଲକାରୀଙ୍କ କବ୍‌ଜାରେ ଥିବା ସମସ୍ତ ସରକାରୀ ଜମି ଓ ବେଆଇନ ନିର୍ମାଣକୁ ତୁରନ୍ତ ଉଛେଦ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି 1 କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଗ୍ରାମାଞ୍ଚଳରେ ମୁଖ୍ୟମନ୍ତ୍ରୀଙ୍କ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇନାହିଁ। ଗଜପତି ଜିଲ୍ଲା ମୋହନା ବ୍ଲକର ବିଭିନ୍ନ ପଞ୍ଚାୟତ ସମେତ ମୋହନା ସହରର ବିଭିନ୍ନ ସ୍ଥାନରେ ବେଆଇନ ଜବରଦଖଲ ସହ ଅବୈଧ ନିର୍ମାଣ ହୋଇଛି । ଫଳରେ ଜନହିତରେ ଲାଗିବା ପାଇଁ ଥିବା ବିଭିନ୍ନ ସରକାରୀ ନିର୍ମାଣ କାର୍ଯ୍ୟ ଗୁଡିକ ନିର୍ମାଣ ନ ହୋଇ ସେମିତି ପଡ଼ିରହିଛି ବୋଲି ଅଞ୍ଚଳବାସୀ ଆମ ଗଜପତି ଜିଲ୍ଲା ପ୍ରତିନିଧିଙ୍କୁ ପ୍ରକାଶ କରି କହିଛନ୍ତି ଯେ, ମୋହନାରେ ଶୌଚାଳୟ ଶୀତଳଭଣ୍ଡାର, କୋଠଘର ଭଳି ଅତ୍ୟାବଶ୍ୟକ ନିର୍ମାଣ କାର୍ଯ୍ୟ ସରକାରୀ ଜମି ନ ଥିବା ଦର୍ଶାଇ ହୋଇପାରୁ ନ ଥିବା ବେଳେ ସ୍ଥାନୀୟ ନାରାୟଣ ନଗର ରାସ୍ତା, କୃଷି କାର୍ଯ୍ୟାଳୟ, କୋର୍ଟ ପଛପାଖ, ଅଠରନଳ ନଳା ରାସ୍ତା, ଖ୍ରୀଷ୍ଟିଆନ ସାହି ଗଳି, ଜାତୀୟ ରାଜପଥ ପାଶ୍ବର୍, ଏଭଳିକି ପଞ୍ଚାୟତର ଜାଗାକୁ ମଧ୍ୟ ମାଡି ବସିଛନ୍ତି ଜବରଦଖୀ ରଦଖଲକାରୀ । ସେମାନେ ସରକାରୀ ଜାଗା ଜ ଜବର ଦଖଲ କରିବା ସହ ବାହାର ସ୍ଥାନରୁ ମୋହନାକୁ ଗୁଜୁରାଣ ମେଣ୍ଟାଇବା ପାଇଁ ଆସୁଥିବା ଲୋକଙ୍କୁ ଅତି କମ୍ ମୂଲ୍ୟରେ ବିନା ନପତ୍ରରେ ଉକ୍ତ ଦଖଲ ଜାଗା ବିକ୍ରି ମଧ୍ଯ କରୁଛନ୍ତି। ଏହା ଭବିଷ୍ୟତରେ ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ସାଜିପାରେ ବୋଲି କୁହାଯାଉଛି। ପ୍ରଶାସନର ଅତି ନିକଟରେ ଥିବା ସ୍ଥାନ ସ୍ଥାନ ମାନଙ୍କରେ ଏହି ବେଆଇନ କାର୍ଯ୍ୟ ହେଉଥିଲେ ମଧ୍ୟ କାହାର ନଜର ପଡୁନି ଏହି କାର୍ଯ୍ୟ ଗୁଡିକ ଉପରେ । ବର୍ତମାନ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ସ୍ଥାନୀୟ ପ୍ରଶାସନ ଏହି ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ କରିବା ସହ ଜବରଦଖଲକାରୀଙ୍କ ଉପରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ନେଉଛି ତାକୁ ଚାତକ ଭଳି ଚାହିଁ ରହିଛନ୍ତି ସ୍ଥାନୀୟ ଲୋକେ । ଯଦି ମୋହନା ଅଞ୍ଚଳରୁ ଜବର ଦଖଲ ଉଚ୍ଛେଦ ନ ହୁଏ ତେବେ ସରକାରୀ ନିର୍ମାଣ କାର୍ଯ୍ୟ ଏହିଭଳି ଭାବେ ପଡିରହିବ ଏବଂ ସ୍ଥାନୀୟ ଲୋକେ ସରକାରୀ ସୁବି ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ରହି ରହିବେ ବୋଲି କୁହାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ