‘ମୋ ଓଡିଶା’ ସଙ୍ଗୀତ ଉନ୍ମୋଚିତ
ଛତ୍ରପୁର,(ଦେବଦତ୍ତ ମହାରଣା): ପୁଣ୍ୟ ଓଡିଶାର କଳା, ସାହିତ୍ୟ ସଂସ୍କୃତି ପାଇଁ ସୃଷ୍ଟି ସଙ୍ଗୀତ ‘ମୋ ଓଡିଶା’ । ଏହି ସଙ୍ଗୀତକୁ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ଦ୍ୱାରା ଆୟୋଜିତ ଜିଲ୍ଲାସ୍ତରୀୟ ଓଡିଶା ଦିବସ ପାଳନ ଉତ୍ସବରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ, ଛତ୍ରପୁର ଉପଜିଲ୍ଲପାଳ ପ୍ରିୟ ରଂଜନ ପୃଷ୍ଟି , ଦକ୍ଷିଣାଞ୍ଚଳ ଉଚ୍ଚମାଧ୍ୟମିକ ଉପସଚିବ ଡ.କୁଳମଣି ଓଝା, ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଛି । ଏହି ସଙ୍ଗୀତରେ ଓଡିଶା ସ୍ଥିତି ତାହାରି ଭୌଗଳିକ ଅବସ୍ଥିତି କଳା, ସାହିତ୍ୟ ସଂସ୍କୃତି ଅନନ୍ୟ ରହିଛି । ଓଡିଆ ଭାଷା ଓଡିଶା ଜାତିର ପରିଚୟ । ଯେତେବେଳେ ଖଣ୍ଡବିଖଣ୍ଡିତ ଓଡିଶା ତା’ର ପରିଚୟ ପାଇଁ ଲଢୁଥିଲା ସେତେବେଳେ ମଧୁସୂଦନ ଦାସ ଓ କୃଷ୍ଣଚନ୍ଦ୍ର ଦେଓଙ୍କ ପରି ଯୋଗଜନ୍ମାଙ୍କ ଉଦ୍ୟମରେ ଓଡିଶା ସ୍ୱତନ୍ତ୍ରତା ଲାଭ କରିଥିଲା । ଅନ୍ୱେଷା ମ୍ୟୁଜିକ୍ ୟୁଟ୍ୟୁବ୍ ଚାନେଲ୍ ଦ୍ୱାରା ପ୍ରସ୍ତୁତ ଏହି ସଙ୍ଗୀତକୁ ଲୋକାର୍ପଣ କରାଯାଇଛି । ସଙ୍ଗୀତକୁ ରଚନା ଓ ନିର୍ଦ୍ଦେଶନା କବି ଅଜିତ୍ କୁମାର ସେଠୀ, କଣ୍ଠଦାନ ସୌରଭ ନାୟକ, ଚୁନି, ସୋନାଲି ଓ ଅଜିତ୍ । ଚଳଚିତ୍ର ଓ ଧାରାବାହିକ ଅଭିନେତା ରତନ ମେହେର ଏବଂ ଚୁନି, ସୋନାଲି, ରଜତ ଓ ଅଜିତ୍ ଅଭିନୟ କରିଛନ୍ତି । ଚିତ୍ର ନିର୍ଦ୍ଦେଶନା ଓ ସଂପାଦନା ମନୋଜ ବେହେରା, ପ୍ରଯୋଜନା ରଜତ କୁମାର ଗୋଛାୟତ ଏବଂ ଅମୀୟ କୁମାର ଧଳ ମାର୍ଗଦର୍ଶନ କରିଥିଲେ ।


