“ମୋ କଲେଜ” କମିଟି ଗଠନ ପାଇଁ ପଦକ୍ଷେପ

ପାରାଦୀପ, (ପୀତବାସ ପ୍ରଧାନ) : ପାରାଦୀପ ମହାବିଦ୍ୟାଳୟ ପ୍ରାଙ୍ଗଣରେ ପୂରାତ୍ତନ ଛାତ୍ରଛାତ୍ରୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପାରାଦୀପ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ସୁପ୍ରେମା କାନୁନ୍‌ଗୋ ସଭାପତିତ୍ୱ କରିଥିଲେ । ଲେପ୍‌ଟ୍‌ନାଣ୍ଟ କମାଣ୍ଡର ଅକ୍ଷୟ ଚନ୍ଦ୍ର ମିଶ୍ର, ଅଧ୍ୟାପକ, ଇତିହାସ ବିଭାଗ ସଭାର ସଂଯୋଜନା କରିଥିଲେ । ଏଥିରେ ମହାବିଦ୍ୟାଳୟର ପୂରାତ୍ତନ ଛାତ୍ରଛତ୍ରୀଙ୍କ ସମେତ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଉପସ୍ଥିତ ଥିଲେ । ସର୍ବପ୍ରଥମେ ଅଧ୍ୟକ୍ଷା ସମସ୍ତଙ୍କୁ ସ୍ୱାଗତ କରିବା ସହ “ମୋ କଲେଜ” କମିଟି ଗଠନ ପାଇଁ ୩ଜଣ ଛାତ୍ରଛାତ୍ରୀଙ୍କୁ ମନୋନୀତ କରିବା ପାଇଁ ପ୍ରସ୍ଥାବ ରଖିଥିଲେ । ପୂରାତ୍ତନ ଛାତ୍ରଛାତ୍ରୀଙ୍କ ପ୍ରସ୍ଥାବ କ୍ରମେ ପାରାଦୀପ ପୂର୍ବତ୍ତନ ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ୱାଳ, ବରିଷ୍ଠ ସାମ୍ବାଦିକ ଶଶାଙ୍କ ଶେଖର ଆଚାର୍ଯ୍ୟ ଓ ଆଇନ୍‌ଜୀବୀ ଦେବବ୍ରତ ସାହୁଙ୍କୁ କମିଟିର ସଦସ୍ୟ ଭାବେ ମନୋନୀତ କରାଯାଇଥିଲା । ଅନ୍ୟ ସଦସ୍ୟ ମାନଙ୍କୁ ମହାବିଦ୍ୟାଳୟର ଅଧ୍ୟକ୍ଷା ପରବର୍ତ୍ତି ସମୟରେ ମନୋନୟନ କରି ଏକ ପୂର୍ଣ୍ଣାଙ୍ଗ “ମୋ କଲେଜ” କମିଟି ଗଠନ କରିବାର ପ୍ରସ୍ଥାବ ରହିଛି । ଶେଷରେ ଓଡିଆ ବିଭାଗର ମୁଖ୍ୟ ପ୍ରଧ୍ୟାପକ ସୁବାଶ ଚନ୍ଦ୍ର ବିଶ୍ୱାଳ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ