” ମୋ ଗାଁରେ ତହସିଲ” କାର୍ଯ୍ୟକ୍ରମ ଅନୁଷ୍ଠିତ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ରାଜସ୍ବ କାର୍ଯ୍ଯାଳୟରେ ଶୁକ୍ରବାର “ମୋ ଗାଁରେ ତହସିଲ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ରାଜସ୍ବ ନୀରିକ୍ଷିକା ସରସ୍ବତୀ କହଁରଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦିଗପହଣ୍ଡି ଅତିରିକ୍ତ ତହସିଲଦାର ରମେଶ ଚନ୍ଦ୍ର ବେହେରା ମୂଖ୍ଯଅତିଥି ଭାବେ ଯୋଗ ଦେଇଥିବା ବେଳେ ସ୍ଥାନୀୟ ସରପଞ୍ଚ ମନୋରଞ୍ଜନ ଗୌଡ, ସୁପ୍ରଭାଇଜର ବାବୁ ସେଠୀ ଏବଂ ବରିଷ୍ଠ କିରାଣୀ ଏଲ୍. ସଞ୍ଜୀବ ଗମାଙ୍ଗ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ରାଜସ୍ବ ସେବାକୁ ଲୋକଙ୍କ ନିକଟତର କରାଇବା ଏହି କାର୍ଯ୍ୟକ୍ରମର ମୂଖ୍ଯ ଉଦ୍ଦେଶ୍ୟ ବୋଲି ଅତିରିକ୍ତ ତହସିଲଦାର ପ୍ରକାଶ କରିଥିଲେ।ଶେଷରେ ୧୯ ଜଣ ହିତାଧିକାରୀଙ୍କୁ ଘରବାରି ପଟ୍ଟା ଏବଂ ୧୭ ଜଣ ଆବେଦନକାରୀଙ୍କୁ ବିଭିନ୍ନ ପ୍ରମାଣପତ୍ର ଯୋଗାଇ ଦିଆଯାଇଥିଲା।