ମ୍ୟୁଜିକ୍‌ ଭିଡ଼ିଓରେ ସମିତା

ଭୁବନେଶ୍ବର : ୨୦୧୯ରେ ପରଦାକୁ ଆସିଥିବା ଏକ ଓଡ଼ିଆ ସିନେମା ହେଲା ‘ବାପା, ତୁମେ ଭାରି ଦୁଷ୍ଟ’ । ଏଥିରେ ଟେଲି ଦୁନିଆଁର ଦୁଇଜଣ ଲୋକପ୍ରିୟ ଅଭିନେତା ଓ ଅଭିନେତ୍ରୀଙ୍କୁ ବଡ଼ ପରଦାରେ ନାୟକ ନାୟିକା ଭୂମିକାରେ ଦେଖିବାକୁ ମିଳିଥିଲା । ଏମାନଙ୍କ ଭିତରୁ ନାୟକ ହେଲେ ଜି ସାର୍ଥକରେ ପ୍ରସାରିତ ମେଗା ଧାରାବାହିକ ‘ମାନିନୀ’ରେ ନାୟକ ଭୂମିକା ନିଭାଇଥିବା ଜୟଜିତ୍‌ । ଅପରପକ୍ଷରେ ‘ଜେଜେ ମା’’ ସିରିଏଲରେ ଅଭିନୟ କରି ଲୋକଲୋଚନକୁ ଆସିଥିବା ସମିତାଙ୍କୁ ଏହି ସିନେମାରେ ଜୟଜିତଙ୍କ ବିପକ୍ଷରେ ନାୟିକା ଭୂମିକାରେ ଦେଖିବାକୁ ମିଳିଥିଲା । ଜୟଜିତ୍‌-ସମିତାଙ୍କ ନୂଆ ଯୋଡ଼ି ସାଙ୍ଗକୁ ପ୍ରଦ୍ୟୁମ୍ନ ଲେଙ୍କା, ରବି ମିଶ୍ର, ଇଲୁ ବାନାର୍ଜୀ ପ୍ରମୁଖଙ୍କର କମେଡ଼ି ଅଭିନୟରେ ଦର୍ଶକ ଆମୋଦିତ ହୋଇଥିଲେ । ‘ବାପା ତୁମେ ଭାରି ଦୁଷ୍ଟ’ ପରେ ଦର୍ଶକ ଜୟଜିତଙ୍କୁ ଦର୍ଶକ ଚଳିତ ବର୍ଷ ‘କୁଇନ୍‌’ରେ ଦେଖିବାକୁ ପାଇଥିଲେ । ଏଥିରେ ବର୍ଷା ପ୍ରିୟଦର୍ଶିନୀଙ୍କ ବିପକ୍ଷରେ ନାୟକ ବନିଥିଲେ ଜୟଜିତ୍‌ । ହେଲେ ସମିତାଙ୍କୁ ଅନ୍ୟ କୌଣସି ଓଡ଼ିଆ ସିନେମାରେ ଦେଖିବାକୁ ପାଇନାହାନ୍ତି । କିନ୍ତୁ ସମିତା ଏକ ମ୍ୟୁଜିକ୍‌ ଭିଡ଼ିଓରେ ଅଭିନୟ କରିଛନ୍ତି, ଯାହା ଏବେ ଚର୍ଚ୍ଚାରେ ରହିଛି । ଏହି ମ୍ୟୁଜିକ୍‌ ଭିଡ଼ିଓର ନାମ ରହିଛି ‘ଛମ୍‌କା ଛମ୍‌କା’ । ଏଥିରେ ସୌରଭ୍‌ଙ୍କ ବିପକ୍ଷରେ ନାୟିକା ବନିଛନ୍ତି ସମିତା । ଏହି ମ୍ୟୁଜିକ୍‌ ଭିଡିଓରେ ସମିତାଙ୍କ ବୋଲ୍ଡ ଅବତାର ଦେଖିବାକୁ ମିଳିଛି । ଏହାର ନିର୍ଦ୍ଦେଶନା ଦେଇଛନ୍ତି ରମେଶ ରାଉତ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ