ମ୍ୟୁଜିକ ଭିଡ଼ିଓ ‘ଉତ୍କଳ ଭୂମି’ର ଶୁଭ ଉନ୍ମୋଚନ

ଭୁବନେଶ୍ୱର,(ଓ୍ବାଇଏନ୍ଏସ୍) : ସହିଦ ନଗରସ୍ଥିତ ଦୁର୍ଗାମଣ୍ଡପ ସମ୍ମିଳନୀ କକ୍ଷରେ ମ୍ୟୁଜିକ ଭିଡିଓ ‘ଉତ୍କଳ ଭୂମି’ର ଶୁଭ ଉନ୍ମୋଚନ ହୋଇଯାଇଛି । ଓଡ଼ିଶାର ପୂର୍ବ ଗୌରବ, ଗାରିମାମୟ କଳା ଓ ସଂସ୍କୃତିକୁ ଆଧାର କରି ଏହି ଗୀତଟିକୁ ରଚନା କରାଯାଇଛି । ଏହାର ସୁଟିଂ ଓଡ଼ିଶାର ଚିଲିକା, କାଳୀଜାଇ, ଯଶୁଆପୁର, ମଙ୍ଗଳାଯୋଡ଼ି, ଅଂଶୁପା, ଆଠଗଡ଼, ଧଉଳିଗିରି, ତାପଙ୍ଗ, ପୁରୀ, କୋଣାର୍କ, ଭୁବନେଶ୍ୱର ଓ କଟକର ବଭିନ୍ନ ସ୍ଥାନରେ ହୋଇଅଛି । ଏହି ଗୀତଟି ଆମାଏଷ୍ଟ୍ରୋ ଇଭେଣ୍ଟ ଦ୍ୱାରା ପ୍ରଯୋଜିତ ହୋଇଥିବା ବେଳେ ପ୍ରଯୋଜନା ଭାର ଶ୍ରୀ ନିରଜ କୁମାର ସାହୁ ନେଇଛନ୍ତି । ଗୀତଟିକୁ ଗୀତିକାର ଶ୍ରୀ ଆପ୍ତକାମ ରଥ ରଚନା କରିଥିବା ବେଳେ ଏଥିରେ କଣ୍ଠଦାନ କରିଛନ୍ତି ଯୁବ କଣ୍ଠଶିଳ୍ପୀ ଶ୍ରୀ ଅନୁରାଗ ଦାସ । ନିର୍ଦ୍ଦେଶନା ଦେଇଛନ୍ତି ସଙ୍ଗୀତଜ୍ଞ ଶ୍ରୀ ପ୍ରଣବ ପ୍ରଧାନ । ଏହାର ସୁଟିଂ କରିଛନ୍ତି ଶ୍ରୀ ମାତୃପ୍ରସାଦ ପରିଡ଼ା ଏବଂ ତାଙ୍କର ସାଥୀମାନେ । ଏହି ସଙ୍ଗୀତକୁ Cine-24 ୟୁ ଟ୍ୟୁବ୍ ଚ୍ୟାନେଲhtpps://youtu.be/-BiJIVweGKY ମାଧ୍ୟମରେ ସାଧାରଣ ଦର୍ଶକ ଦେଖିପାରିବେ । ଏହି କାର୍ଯ୍ୟକ୍ରମରେ ଶାଶ୍ୱତ ଯୋଶୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ