ଯଦୁମଣୀ ମଙ୍ଗରାଜଙ୍କ ଜୟନ୍ତୀ ପାଳିତ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦ୍ରାପଡାର ଗର୍ବ ଗୈାରବ ତତକାଳୀନ ଓଡିଶା ରାଜନୀତିର କର୍ଣ୍ଣଧାର ତଥା କେନ୍ଦ୍ରାପଡାରୁ ଓଡିଶା ବିଧାନସଭାକୁ ପ୍ରଥମ ମନ୍ତ୍ରୀ ଭାବରେ ସ୍ଥାନ ପାଇଥିବା ଯଦୁମଣୀ ମଙ୍ଗରାଜଙ୍କ ଜୟନ୍ତୀ ସମାରୋହ ତିନିମୁହାଣିସ୍ଥିତ ତାଙ୍କ ଆବକ୍ଷ ପ୍ରତିମୂର୍ତ୍ତି ନିକଟରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଯଦୁମଣୀ ମଙ୍ଗରାଜ ସ୍ମୃତି କମିଟି ସଭାପତି ପ୍ରାଧ୍ୟାପକ ନନ୍ଦକିଶୋର ପରିଡାଙ୍କ ପୈାରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେକେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ କେନ୍ଦ୍ରାପଡା ବିକାଶର ପ୍ରଥମ ପାହଚରେ ମୁଳୁଦୁଆ ପକାଇଥିଲେ ପୂର୍ବତନ ମନ୍ତ୍ରୀ ଯଦୁମଣୀ ମଙ୍ଗରାଜ । ସୂର୍ଗତ ମଙ୍ଗରାଜ ତତକାଳୀନ ଓଡିଶା ରାଜନୀତିର ଚାଣକ୍ୟ ଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭାପତି ମାନସକୁମାର ପରିଡା, ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ, କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ସଭାପତି ଡଃ.ବାସୁଦେବ ଦାସ, ସମ୍ପାଦକଶୁଭାଂଶୁ କୁମାର ଦାସ, ନୃସିଂହ ଚରଣ ତ୍ରିପାଠୀ, ମନୋଜ କୁମାର ଦାସ, ରାଜେଶ ପଣ୍ଡା, ବ୍ରହ୍ମାନନ୍ଦ ତ୍ରିପାଠୀ, ଅଧ୍ୟାପକ ଅଜୟ ସାମଲ, ନାରାୟଣ ସାହୁ, ଗୀତା ସେଠୀ, କାର୍ତ୍ତିକଚନ୍ଦ୍ର ନାୟକ, ବରିଷ୍ଠ ସାମ୍ବାଦିକ ପରିକ୍ଷୀତ ପାତ୍ର, ପରେଶ ଦାସ ପ୍ରମୁଖ ସୂର୍ଗତ ମଙ୍ଗରାଜଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକସ୍ମୃତିଚାଣ କରିଥିଲେ । ଶେଷରେ ଆଇନଜୀବି ପ୍ରଦୀପକୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ