ରେସୱା ସ୍ୱାଧାର ଗୃହରେ ନବବର୍ଷ ପାଳିଲେ ଡିଏସଡ୍ୱୁଓ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦ୍ରାପଡା ସହରର ମନକରପୁରସ୍ଥିତ ରେସୱା ସ୍ୱାଧାର ଗୃହରେ ବୁଧବାର ପୂର୍ବାହ୍ନରେ ନବବର୍ଷ ପାଳନ କରିଛନ୍ତି ଜିଲ୍ଲା ସମାଜକଲ୍ୟାଣ ଅଧିକାରିଣୀ ଚିନ୍ମୟୀ ରଥ । ଏହି ଅବସରରେ ଶ୍ରୀମତୀ ରଥ ରେସୱା ସ୍ୱାଧାର ଗୃହରେ ପହଁଚି ଅନ୍ତେବାସୀମାନଙ୍କ ସହିତ ମିଶି ନବବର୍ଷ ୨୦୨୦ରେ ସେମାନଙ୍କର ଶୁଭମନାସୀବା ସହ କେକ କାଟି ଅନ୍ତେବାସୀମାନଙ୍କୁ ଖୁଆଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମାଜମଙ୍ଗଳ ବିଭାଗର କର୍ମଚାରୀ ଦେବଦତ୍ତ ବେହେରା, ସାଗରୀକା ସେନାପତି, ମନୋଜ କୁମାର ବେହେରା, ଶୁଭେନ୍ଦୁ ଦାସ, ରେସୱା ସ୍ୱାଧାର ଗୃହର ତତ୍ୱାବଧାରୀକା ମୀନତୀ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ