ଯାଜପୁର ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମ
ଯାଜପୁର,: ପ୍ରତ୍ୟେକ ଚ୍ଥାତ୍ର ଚ୍ଥାତ୍ରୀ ଓ ସେମାନଙ୍କର ଅଭିଭାବକ ପ୍ରତିଭାର ବିକାଶ ଦିଗରେ ଊଦ୍ୟମ କରିବାକୁ ଜିଲ୍ଲା ପରିଷଦ ସଭାପତି ନରେଶ ଚନ୍ଦ୍ର ମହାନ୍ତି ଆହ୍ୱାନ ଦେଇଚ୍ଥନ୍ତି । ଗୁରୁବାର ଅପରାହ୍ନରେ ଜିଲ୍ଲା ସ୍କୁଲ ଠାରେ ଜିଲ୍ଲା ସ୍ତରୀୟ ଶିଶୁ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ସୁରଭି ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ମହାନ୍ତି ଅନେକ ସମୟରେ ପିଲା ମାନଙ୍କ ଊପରେ ଚାପ ସୃଷ୍ଟି କରାଯାଇ ଯେଊଁ ସପଂଳତା ଆଶା କରାଯାଏ ତାହା ଆଶାନୁରୂପ ହୁଏନାହିଁ ବୋଲି କହିଥିଲେ । ପିଲାର ଇଚ୍ଚ୍ଥା ଓ ମନକୁ ଚାହିଁ ତା ଭବିଷ୍ୟତ ଗଢିବା ଊପରେ ସେ ଆହ୍ୱାନ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ଜିଲ୍ଳ୍ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବିଭିନ୍ନ ଊଦାହରଣ ଓ ଶିକ୍ଷଣୀୟ ଗଳ୍ପ ଚ୍ଥଳରେ ଊନ୍ନତ ଚରିତ୍ର ଗଠନ, ଶୃଙ୍ଖଳା ରକ୍ଷା ଓ କ୍ୟାରିୟର ଗଢିବା ପାଇଁ ପରାମର୍ଶ ଦେବା ସହ ଯେ କୈାଣସି କ୍ଷେତ୍ରରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଅନୁରୋଧ କରିଥିଲେ । ସହକାରୀ ଜିଲ୍ଲାପାଳ ତିଳୋତ୍ତମା ପୃଷ୍ଟି ଶିଶୁମାନେ ସେମାଙ୍କର ଆଗ୍ରହ ଅନୁସାରେ ଆଗେଇବା ଓ ଅଭିଭାବକମାନେ ସେମାନଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ କୃଷ୍ଣ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଊତ୍ସବରେ ସମଗ୍ର ଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜକ ବିଷ୍ଣୁ ଚରଣ ସୁତାର ସୁରଭି କାର୍ଯ୍ୟକ୍ରମ ଚ୍ଥାତ୍ର ଚ୍ଥାତ୍ରୀଙ୍କର ପ୍ରତିଭା ଅନ୍ୱେଷଣର ଏକ ଶ୍ରେଷ୍ଠ ମାଧ୍ୟମ ବୋଲି କହିବା ସହ ଜିଲ୍ଳ୍ା ସ୍ତରର ଶ୍ରେଷ୍ଠ ପ୍ରତିଯୋଗୀ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ ବୋଲି ସୂଚନା ଦେଇଥିଲେ । ଜିଲ୍ଳା ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ପୁଷ୍ପିତା କର ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ଶିକ୍ଷକ ନିରଂଜନ ସାମଲ ଅତିଥି ପରିଚୟ ପ୍ରଦାନ ସହ ପରିଚାଳନା କରିଥିଲେ । ଗୁରୁ ଶରତ କୁମାର ସାହୁଙ୍କ ନିର୍ଦ୍ଦେଶନାରେ ଓ ଶିକ୍ଷୟତ୍ରୀ ନିଳାମ୍ୱରୀ ମିଶ୍ରଙ୍କ ସଂଯୋଜନାରେ ସୁରଭି ସ୍ୱାଗତ ସଂଗୀତକୁ ଜିଲ୍ଲା ସ୍କୁଲର ଚ୍ଥାତ୍ରୀମାନେ ପରିବେଷଣ କରିଥିଲେ । ବିଦ୍ୟାଳୟର ଚ୍ଥାତ୍ରୀ କାଜଲ ନୃତ୍ୟ ମାଧ୍ୟମରେ ଅତିିଥି ମାନଙ୍କୁ ସ୍ୱାଗତ କରିଥିଲେ । ପରେ ବିଭିନ୍ନ ବ୍ଳ୍କ ସ୍ତରରୁ ଆସିଥିବା ଚ୍ଥାତ୍ର ଚ୍ଥାତ୍ରୀ ମାନଙ୍କ ମଧ୍ୟରେ ବିବିଧ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲା ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀମାନେ ସହଯୋଗ କରିଥିଲେ । କନିଷ୍ଠ ଓ ବରିଷ୍ଠ ବିଭାଗର କଣ୍ଠ ସଂଗୀତ ପ୍ରତିଯୋଗିତାର ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ନେଇ ସଂଗୀତ ନିର୍ଦ୍ଦେଶକ ଦୀନେଶ ମଲ୍ଲିକ ପ୍ରଶିକ୍ଷଣ ଦେଇ ଗୀତ ରେକଡିଂ କରିବେ ବୋଲି ସୂଚନା ଦେଇଥିଲେ । ବିଚାରକ ଭାବେ ଶିକ୍ଷାବିତ୍, ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରମୁଖ ଯୋଗ ଦେଇ ଶ୍ରେଷ୍ଠ ପ୍ରତଯୋଗୀ ଚୟନ କରିଥିଲେ ।


