ଶିଶୁ ଅଧିକାର ଓ ସୁରକ୍ଷା କର୍ମଶାଳା

ଯାଜପୁର,:ଶିଶୁ ମାନଙ୍କର ସର୍ବାଙ୍ଗୀନ ବିକାଶ ଆମ ସମସ୍ତଙ୍କର ଲକ୍ଷ୍ୟ । ତେଣୁ ଏହାକୁ ନିଷ୍ଠାପର ଭାବେ ସରକାର ଧାର୍ଯ୍ୟ କରିଥିବା ନିୟମାବଳୀ ଆଧାରରେ ଊତ୍ତରଦାୟୀ ଭାବେ କାର୍ଯ୍ୟ କରିବାକୁ ଜିଲ୍ଲା ପରିଷଦ ସଭାପତି ନରେଶ ଚନ୍ଦ୍ର ମହାନ୍ତି ଅନୁରୋଧ କରିଚ୍ଥନ୍ତି । ଶୁକ୍ରବାର ପୂର୍ବାହ୍ନରେ ଯାଜପୁର ବ୍ଳ୍‌କ ଆଙ୍କୁଲା ସ୍ଥିତ ସ୍ୱେଚ୍ଚ୍ଥାସେବୀ ସଂଗଠନ କପିଂର ସମ୍ମିଳନୀ କକ୍ଷରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌, ପିକକ ଅନୁଷ୍ଠାନ, ୟୁନିସେପଂ ଓ ଓଡିଶା ଆଲାଏନ୍ସ ଅପଂ୍ ଚାଇଲଡ ଲାଇପଂ ସଂଗଠନର ମିଳିତ ଆନୁକୂଲ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ ଅତିଥି ଭାବେ ଯୋଗଦେଇ ଜିଲ୍ଲା ପରିଷଦ ସଭାପତି ଶ୍ରୀ ମହାନ୍ତି କେବଳ ସରକାରୀ କାର୍ଯ୍ୟାଳୟ ବା ଅଧିକାରୀମାନେ ଶିଶୁ ସୁରକ୍ଷା ପାଇଁ କାର୍ଯ୍ୟକରଗ୍ଦ ସପଂଳତା ଆଣିବା ସହଜ ନୁହେଁ । ଏ କ୍ଷେତ୍ରରେ ଜନ ପ୍ରତିନିଧି, ସାଧାରଣ ଜନତାଙ୍କର ସଭଭାଗିତା ଅଧିକ ଜରୁରୀ ବୋଲି ସେ କହିଥିଲେ । ପ୍ରତ୍ୟେକ ସରପଞ୍ଚ ତାଙ୍କ ଅଞ୍ଚଳର ଶିଶୁ ମାନଙ୍କ ସ୍ୱାସ୍ଥ୍ୟ, ଶିକ୍ଷା ଓ ସୁରକ୍ଷା ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର ଓ ସହକାରୀ ଜିଲ୍ଳ୍‌ାପାଳ ତଥା ଜାତୀୟ ଶିଶୁ ଶ୍ରମିକ ପ୍ରକଳ୍ପର ପ୍ରକଳ୍ପ ସଂଯୋଜକ ଊମେଶ ଚନ୍ଦ୍ର ଲେଙ୍କା ଜିଲ୍ଳ୍‌ାରେ ଶିଶୁ ମାନଙ୍କର ସ୍ଥିତି ସେମାନଙ୍କ ପାଇଁ ଥିବା ବ୍ୟବସ୍ଥା ସଂପର୍କରେ ଆଲୋକପାତ କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ବ୍ୟବହାରରେ ପରିବର୍ତ୍ତନ ସହ ପ୍ରତ୍ୟେକ ନିଜ ଦାୟିତ୍ୱ ପ୍ରତି ସଚେତନ ହୋଇ କାର୍ଯ୍ୟ କଲେ ଯୋଜନାର ସପଂଳତା ସହଜ ହୋଇପାରିବ ବୋଲି କହିଥିଲେ । ଓଡିଶା ଆଲାଇନସ୍ ଅପଂ୍ ଚାଇଲଡ୍ ଲାଇପଂର ସଂଯୋଜକ ସୁଶାନ୍ତ ମିଶ୍ର ବିସ୍ତୃତ ସୂଚନା ଦେଇ ଶିଶୁ ଅଧିକାରକୁ ସୁରକ୍ଷିତ ଓ ସଂରକ୍ଷିତ ରଖିବା ଊପରେ ଦେଶ ଦେଶ ମଧ୍ୟରେ ହୋଇଥିବା ଚୁକ୍ତିର ୩୦ ବର୍ଷ ପୂର୍ତ୍ତି ଚଳିତ ବର୍ଷ ପାଳନ କରାଯାଊଥିବାରୁ ଏହି ଅଭିଯାନ ଏକ ମହତ୍ତ୍ୱପୂର୍ଣ୍ଣ ବୋଲି କହିଥିଲେ । କପିଂର ସଂପାଦକ ହୃଷିକେଶ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଚଇନପୁର ପଞ୍ଚାୟତର ସରପଞ୍ଚ ମୋତି ଜେନା, ଖଇରାବାଦ ପଞ୍ଚାୟତର ସରପଞ୍ଚ ରଶ୍ମିପ୍ରଭା ପୃଷ୍ଟି ପ୍ରମୁଖ ଶିଶୁ ସୁରକ୍ଷା ଓ ଅଧିକାର ସଂପର୍କରେ ମତବ୍ୟକ୍ତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଶିଶୁ ସୁରକ୍ଷା ୟୁନିଟ୍‌ର କର୍ମକର୍ତ୍ତା ପଦ୍ମ ଚରଣ ସାମନ୍ତରାୟ, ସାଥୀ ନମିତା ସାହୁ, ରିସୋର୍ସ ପର୍ସନ, ରଶ୍ମିତା ମହାଲିକ, ପ୍ରମୋଦ ପୃଷ୍ଟି, ଦିପ୍ତିରେଖା ରଣା, ଶୁଭଙ୍କର ପ୍ରିୟଦର୍ଶନ ନାଥ, ରୋଶନି ପଣ୍ଡା, ପ୍ରଦୀପ ଦାଶ ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ