ହିରୋ ମୋଟୋକର୍ପ ଦେଶର ପ୍ରଥମ ବିଏସ-ଭିଆଇ ମଟରସାଇକେଲ ଲଂଚ
ଗ୍ରାହକ ମାନଙ୍କ ପାଇଁ ଅଭିନବ ଏବଂ ପ୍ରାଦ୍ୟୋଗୀକି ଉନ୍ନତ ଉତ୍ପାଦ ଆଣିବା ଦିଗରେ ଏହାର ସମାନ୍ୱିତ ପ୍ରୟାସ ଜାରିରଖି ହିରୋ ମୋଟୋକର୍ପ, ବିଶ୍ୱର ବୃହତମ ଦୁଇ ଚକିଆ ବିନିର୍ମାତା ଭାରତର ପ୍ରଥମ ବିଏସ-ଭିଆଇ ଅନୁପାଳିତ ମଟରସାଇକେଲ ନୂତନ ସ୍ପେ୍ଲଣ୍ଡର ଆଇସ୍ମାର୍ଟ ଲଂଚ କରିଛନ୍ତି । ବଜାରରେ କିଛି ମାସ ମଧ୍ୟରେ ସ୍ପେ୍ଲଣ୍ଡର ଆଇସ୍ମାର୍ଟ ଲଂଚ କରିବାକୁ ଯାଉଥିବା ହିରୋ ମୋଟୋକର୍ପ ଆଇସିଏଟି ରୁ ବିଏସ-ଭିଆଇ ସାର୍ଟିଫିକେଟ ପାଇବାରେ ଦେଶର ପ୍ରଥମ ଦୁଇ ଚକିଆ ବିନିର୍ମାତା ହେବାକୁ ଯାଉଛି । ଭାରତର ପ୍ରଥମ ବିଏସ-ଭିଆଇ ଅନୁପାଳନ (୧୧୦ସିସି) ଏଫଆଇ ଇଞ୍ଜିନ ବିଶେଷତା ଛଡା ଉଚ୍ଚତର ଇନ୍ଧନ ଦକ୍ଷତାରେ ଏହାର ଉଚ୍ଚତର ଟର୍କ ଦ୍ୱାରା ନୂତନ ସ୍ପେ୍ଲଣ୍ଡର ଆଇସ୍ମାର୍ଟ ଏକ ଅତିରିକ୍ତ ପଂଚ ପ୍ରଦାନ କରିଥାଏ । ବର୍ଦ୍ଧମାନ ଫ୍ରଂଟ ସସ୍ପେନସନ୍ ଯାତ୍ରା, ଯେକୌଣସି ରାସ୍ତାରେ ଯିବା ପାଇଁ ଉଚ୍ଚତର ଗ୍ରାଉଣ୍ଡ କ୍ଲିୟରାନ୍ସ, ବୃହତର ସ୍ଥିରତା ପାଇଁ ଦୀର୍ଘତର ହ୍ୱିଲ-ଆଧାର ସହିତ ସଂପୁର୍ଣ୍ଣ ନୂତନ ଡାଇମଣ୍ଡ ଫ୍ରେମରେ ଯେକୌଣସି ଆହ୍ୱାନର ସାମନା କରିବା ପାଇଁ ଏହି ନୂତନ ମଟରସାଇକେଲ ଡିଜାଇନ ହୋଇଛି । ଏକ ଆଧୁନିକ ଡିଜାଇନ ପାଇଁ ମଧ୍ୟ ଏହି ମଟରସାଇକେଲ ଗୌରବାନ୍ୱିତ । ପ୍ରତି ଯାତ୍ରା ସହ ଅଧିକ ଆଶା ରଖୁଥିବା ଗ୍ରାହକମାନଙ୍କୁ ନୂତନ ସମସାମୟିକ ଏବଂ ଯୁବ ସୁଲଭ ସ୍ପେ୍ଲଣ୍ଡର ଆଇସ୍ମାର୍ଟ ବର୍ଗର ସର୍ବୋତମ ମୂଲ୍ୟ ପ୍ରସ୍ତାବ ମଧ୍ୟ ଅଫର କରୁଛି । ବିଏସ-ଭିଆଇ ସ୍ପେ୍ଲଣ୍ଡର ଆଇସ୍ମାର୍ଟ ହିରୋର ପ୍ରତିଷ୍ଠିତ ବ୍ରାଣ୍ଡ ଆଗାମୀ ପିଢୀ ସାରା ବିଶ୍ୱର ଗ୍ରାହକଙ୍କ ସହ ଏକ ମଜଭୁତ ସଂଯୋଗ ସ୍ଥାପନ କରିଥିବା ଅଭିନବତା, ପ୍ରଯୁକ୍ତି-ସର୍ବୋତ୍କୃଷ୍ଟତା, ଷ୍ଟାଇଲ ଏବଂ ଭରସା ଯୋଗ୍ୟତା ଆଦି ମୁଖ୍ୟ ବ୍ରାଣ୍ଡ ଗୁଣବତାରୁ ପ୍ରେରଣା ନେଇଛି । ୬୪୯୦୦ଟଙ୍କା ର ଆକର୍ଷଣୀୟ ମୂଲ୍ୟରେ ଏକ୍ସ-ଶୋରୁମ ଦିଲ୍ଲୀ ରୁ ଆରମ୍ଭ କରି ପ୍ରୟାସ କ୍ରମେ ସାରା ଦେଶରେ ହିରୋ ମୋଟୋକର୍ପ ଡିଲରସିପରେ ମଟରସାଇକେଲ ଉପଲବ୍ଧ ହେବ ।


